ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରୁ ଦାଦନ ଶ୍ରମିକ ଚାଲାଣ କରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଜଣେ ଦଲାଲକୁ ଗିରଫ କରି ଲକ୍ଷ୍ମୀପୁର ପୁଲିସ କୋର୍ଟ ଚାଲାଣ କରିଛି। ସ୍ଥାନୀୟ ବ୍ଲକ ପିପଳପଦର ପଚାଂୟତ ଅନ୍ତର୍ଗତ ବାରିଗାଁ ଗ୍ରାମର ଦୁଇଜଣ ନାବାଳକକୁ ପରିବାର ଲୋକଙ୍କ ଅଜାଣତରେ ଚେନ୍ନାଇ ଅଚଂଳକୁ ଦାଦନ ଖଟିବାକୁ ନିଆଯାଇଥିବା ନାବାଳକ ମାନଙ୍କ ପରିବାର ଲୋକେ ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ଲକ୍ଷ୍ମୀପୁର ପୁଲିସ ଚେନ୍ନାଇ ପୁଲିସ ଓ ସେଠାକାର ଚାଇଲ୍‌ଡଲାଇନର ସାହାଯ୍ୟ ଲୋଡିଥିଲା।

Advertisment

ଚେନ୍ନାଇର ଚାଇଲ୍‌ଡଲାଇନ ଟିମ୍‌ ଦୁଇଜଣ ନାବାଳକଙ୍କୁ ଉଧାର କରି ଲକ୍ଷ୍ମୀପୁର ଥାନାକୁ ପଠାଇ ଦେଇଥିଲା। ତଦନ୍ତ କରିବା ପରେ ସେମାନଙ୍କୁ ଜିଏ ନେଇଥିଲା ତା’ ଘର ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଙ୍ଗାରଗାଁ ଗ୍ରାମର ମନୋଜ କୁମାର ବିଶ୍ୱାଳ ବୋଲି ଜାଣିବାକୁ ପାଇଥିଲା ଲକ୍ଷ୍ମୀପୁର ପୁଲିସ। ପରେ ଲକ୍ଷ୍ମୀପୁର ପୁଲିସର ଏକ ଟିମ୍‌ ଗଞ୍ଜାମ ଜିଲାରେ ପହଂଚି କୋଦଳା ଥାନା ପୁଲିସ ସହାୟତାରେ ମନୋଜକୁ ଗିରଫକରି ଲକ୍ଷ୍ମୀପୁର ଆଣିଥିଲା। ମନୋଜକୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ ସୂଚନା ଦେଇଛନ୍ତି।