ଏକତରଫା ପ୍ରେମ କରି ବିବାହ ପ୍ରସ୍ତାବ ଦେବା ପରେ ଯୁବତୀ ମନା କରିବାରୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଦେଲେ ବିବାହିତ ଯୁବକ

ବର୍ଧା(ମହାରାଷ୍ଟ୍ର):  କଲେଜରେ ପାଠ ପଢ଼ାଉଥିବା ଜଣେ ୨୪ବର୍ଷୀୟା ଯୁବତୀଙ୍କ ଉପରେ ଜଣେ ୨୭ବର୍ଷୀୟ ଯୁବକ ଆକ୍ରମଣ କରିଥିବା ଖବର ମିଳିଛି। ଘଟଣାଟି ଘଟିଛି ମହାରାଷ୍ଟ୍ରର ବର୍ଧା ଜିଲ୍ଲାରେ। ବିବାହ ପ୍ରସ୍ତାବକୁ ନାଁ କହିବାରୁ ଅଭିଯୁକ୍ତ ଯୁବକ ପୀଡ଼ିତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ବେଳେ ଏବେ ତାଙ୍କର ଅବସ୍ଥା ଗୁରୁତର ରହିଛି। ସବୁଠାରୁ ଆଶ୍ଚର୍ଯ୍ୟ କରିବା ଭଳି କଥା ହେଲା, ଅଭିଯୁକ୍ତ ଯୁବକ ବିବାହିତ ହୋଇ ମଧ୍ୟ ପୁଣି ଥରେ ବିବାହ କରିବାକୁ ଚାହୁଥିଲେ। ପୀଡ଼ିତାଙ୍କ ସହ କଥା ହେବା ପରେ ତାଙ୍କୁ ମନ ଦେଇ ବସିଥିଲେ ଅଭିଯୁକ୍ତ, ଯାହାପରଠାରୁ ସେ ବିବାହ ପାଇଁ ଜିଦ୍ ଧରି ବସିଥିଲେ।

एक तरफा प्यार में शादीशुदा शख्स ने महिला टीचर को ज‍िंदा जलाया
aajtak.intoday.in

ତଦନ୍ତକାରୀ  ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେବା ସହ ଯିବା ଆସିବା ବାଟରେ ତାଙ୍କୁ ହଇରାଣ କରୁଥିଲେ। ଏ ମଧ୍ୟରେ ପୀଡ଼ିତାଙ୍କ ବିବାହ ଅନ୍ୟ କେଉଁ ସ୍ଥାନରେ ଠିକ୍ ହେବା ଜାଣି ଅଭିଯୁକ୍ତ ରାଗିଯିବା ସହ ପୀଡ଼ିତା କଲେଜରୁ ଫେରୁଥିବା ବେଳେ ତାଙ୍କ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ପତ୍ନୀଙ୍କ କହିବା ମୁତାବକ, ସ୍ବାମୀ ଏଭଳି ଅନ୍ୟ ଯୁବତୀଙ୍କୁ ପ୍ରେମ କରୁଥିବା କଥା ମୋତେ ଜଣା ନ ଥିଲା। ଘରେ ସେ କିଛି ବି କହି ନ ଥିଲେ।

ସମ୍ବନ୍ଧିତ ଖବର