ଧଉଳି: ଜଣେ ଯୁବତୀଙ୍କୁ କମେଣ୍ଟ ମାରିବା ଓ ବିରୋଧ କରିବାରୁ ତାଙ୍କ ବାପାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଉତ୍ତରା ଫାଣ୍ଡି ପୁଲିସ ଆଜି ଜଣେ ଛାତ୍ରକୁ ଗିରଫ କରିଛି। ସେ ସ୍ଥାନୀୟ ଅଞ୍ଚଳରେ ଥିବା ଏକ କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ର। ନାବାଳକ ହୋଇଥିବାରୁ ତାକୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଫାଣ୍ଡି ଅଧିକାରୀ ଅଶୋକ ଗୋଚ୍ଛାୟତଙ୍କ ସୂଚନା ଅନୁଯାୟୀ, ଶିଶୁପାଳଗଡ଼ ଅଞ୍ଚଳରେ ରହୁଥିବା ଜଣେ ଛାତ୍ରୀ ଆଜି ଦିନ ପ୍ରାୟ ୧ଟାରେ ପୁବା ବସ୍ଷ୍ଟପରେ ଠିଆ ହୋଇଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳକ ତାର ୨ ସାଙ୍ଗଙ୍କ ସହ ସେଠାରେ ପହଞ୍ଚି ତାଙ୍କୁ କମେଣ୍ଟ ମାରିବା ସହ ଉଠାଇନେବା ପାଇଁ ଧମକ ଦେଇଥିଲା। ଛାତ୍ରୀଙ୍କ ବାପା ବିରୋଧ କରିବାରୁ ୩ ଜଣଯାକ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏ ସଂପର୍କରେ ଯୁବତୀଜଣଙ୍କ ଉତ୍ତରା ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ ନଂ ୨୨୭/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଅନ୍ୟ ୨ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି।
ଛାତ୍ରୀଙ୍କୁ କମେଣ୍ଟ ଓ ବାପାଙ୍କୁ ମାଡ଼, ଛାତ୍ର ଗିରଫ
/sambad/media/post_attachments/wp-content/uploads/2018/07/handcuff-arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)