ଦୁଷ୍କର୍ମ ମାମଲାରେ ଜେଲ୍‌ ଗଲେ ଯୁବକ

ଧଉଳି: ଏକ ଦୁଷ୍କର୍ମ ମାମଲାରେ ଜଣେ ଯୁବକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ଥାନା ପୁଲିସ। ଅଭିଯୁକ୍ତ ଯୁବକ ଜଣକ ହେଲେ କଟକ ମଙ୍ଗଳାବାଗ ଥାନା ଅଧୀନ ଫ୍ରେଣ୍ଡସ୍‌ କଲୋନିରେ ରହୁଥିବା ଦେବାଶିଷ ଦାଶ (୨୫)। ନୂଆଗାଁ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ଜଣେ ବିବାହିତ ମହିଳା ଦେବାଶିଷଙ୍କ ବିରୋଧରେ ଉକ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତା ମହିଳଙ୍କ ଅଭିଯୋଗକୁ ଆଧାର କରି କେସ୍‌ ନମ୍ବର ୭୩/୧୮ ରେ ଏସଂପର୍କିତ ମାମଲା ରୁଜୁ ହୋଇଥିବା ତଦନ୍ତ ଦାୟିତ୍ୱରେ ଥିବା ଏସିପି ସୁଭେନ୍ଦୁ ସିହ୍ନା କହିଛନ୍ତି। ପୁଲିସ ସୂଚନାନୁଯାୟୀ ଅଭିଯୋଗକାରୀ ମହିଳାଙ୍କ ସ୍ୱାମୀ ସିଜୁଆ ଗୁଳିକାଣ୍ଡ ଘଟଣାରେ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦେବାଶିଷ ଗତ ୨୦ ତାରିଖ ସନ୍ଧ୍ୟାରେ ତାଙ୍କୁ ଦୁଷ୍କର୍ମ କରିଥିଲା। ମହିଳାଙ୍କ ସମର୍ଥିତ ଯୁବକମାନେ ଦେବାଶିଷଙ୍କୁ କାବୁ କରିନେଇ ମାଡ଼ମାରି ପୁଲିସର ଜିମା ଦେଇଥିଲେ। ୩ ଦିନ ଧରି ଥାନାରେ ଅଟକ ଥିବା ଦେବାଶିଷଙ୍କୁ ଆଜି ଡାକ୍ତରୀ ମାଇନା କରି ଜେଲ୍‌ ହାଜତକୁ ପଠାଇ ଦେଇଛି। ଅନ୍ୟପକ୍ଷରେ ଉଭୟଙ୍କ ସହମତିକ୍ରମେ ଏଭଳି ସଂପର୍କ ଗଢ଼ି ଉଠିଥିବା ଅନ୍ୟ ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର