ନାସିକ: ସମଗ୍ର ଦେଶରେ ବର୍ତ୍ତମାନ ପିଆଜ ଦର ଗତ ଚାରି ବର୍ଷ ମଧ୍ୟରେ ସବୁଠୁ ଅଧିକ ରହିଛି ବୋଲି ଜଣାପଡ଼ିଛି। ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ମହାରାଷ୍ଟ୍ରର ନାସିକରୁ ପିଆଜ ଚୋରିର ଏକ ଘଟଣା ସାମ୍ନାକୁ ଆସିଛି।
ନାସିକରେ ବସବାସ କରୁଥିବା ଚାଷୀ ରାହୁଲ ବାଜିରାଓ ପୁଲିସରେ ସୋମବାର ଅଭିଯୋଗ କରିଛନ୍ତି। ବାଜିରାଓ କଲଓ୍ଵନ୍ ଅଞ୍ଚଳରେ ଥିବା ତାଙ୍କର ପିଆଜ ଗୋଦାମରୁ କେହି ଅଜ୍ଞାତ ଲୋକ ତାଙ୍କ ଗୋଦାମ୍ରୁ ଏକ ଲକ୍ଷ ଟଙ୍କାର ପିଆଜ ଚୋରି କରି ନେଇଛି ବୋଲି ରିପୋର୍ଟ ଲେଖାିଛନ୍ତି। ଏକଥା ସେ ରବିବାର ଜାଣିବାକୁ ପାଇଥିଲେ। ସେ ତାଙ୍କ ଗୋଦାମ୍ରେ ୨୫ଟନ୍ ପିଆଜକୁ ୧୧୭ ପ୍ଲାଷ୍ଟିକ୍ ବସ୍ତାରେ ଭରି ରଖିଥିଲେ।
ରାହୁଲ ବାଜିରାଓ୍ଵଙ୍କ ଅଭିଯୋଗ କ୍ରମେ ଉକ୍ତ ପିଆଜ ଚୋରକୁ ଖୋଜିବାକୁ ତଦନ୍ତ ଆରମ୍ଭ ହୋଇଛି ବୋଲି ପୁଲିସ ଇନ୍ସପେକ୍ଟର ପ୍ରମୋଦ ବାଘ ସୂଚନା ଦେଇଛନ୍ତି। ତେବେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ଖୁଚୁରା ବଜାରରେ ପିଆଜ ଦର ୨୫ ପ୍ରତିଶତ ବଢ଼ି କିଲୋପିଛା ୬୦ ରୁ ୮୦ ଟଙ୍କା ମଧ୍ୟରେ ବିକ୍ରୟ ହେଉଥିବା ବେଳେ କିଲୋପିଛା ପାଇକାରୀ ଦର ୩୫-୩୯ଟଙ୍କା ରହିଛି।