ଅନଲାଇନ୍‌ ଡେଟିଂ : ପ୍ରେମିକଙ୍କୁ ବ୍ଲାକମେଲିଂ କରି ହତ୍ୟାକଲା ପ୍ରେମିକା

ଜୟପୁର: ନିଜକୁ କୋଟିପତି ବ୍ୟବସାୟୀ ବୋଲି ପରିଚୟ ଦେଇ ଜଣେ ଯୁବତୀଙ୍କ ସହିତ ଅନ୍‌ ଲାଇନ୍‌ ଡେଟିଂ ଜଣେ ଯୁବକଙ୍କୁ ଖୁବ୍‌ ମହାଙ୍ଗା ପଡ଼ିଛି।ଏପରିକି ଏଥିପାଇଁ ଯୁବକଙ୍କ ବାପାଙ୍କୁ ୩ଲକ୍ଷ ଟଙ୍କା ଦେବାକୁ ପଡ଼ିଥିବା ବେଳେ ଯୁବକଙ୍କୁ ନିଜ ପ୍ରାଣ ହରାଇବାକୁ ପଡ଼ିଛି। ଯୁବକ ଜଣକ ପ୍ରଫେସନାଲ ବ୍ଲାକ୍‌ ମେଲର ପ୍ରିୟା ସେଠ(୨୭ ବର୍ଷ)ଙ୍କ ହାବୁଡ଼ରେ ପଡ଼ି ନିଜ ଜୀବନ ହରାଇଛନ୍ତି ବୋଲି ଜୟପୁର ପୁଲିସ କହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଝୁଟ୍‌ଓ୍ଵାରାର ଦୁଷ୍ୟନ୍ତ ଶର୍ମା ନିଜକୁ କୋଟିପତି ବ୍ୟବସାୟୀ ବୋଲି ପରିଚୟ ଦେଇ ଅନ ଲାଇନ୍‌ ଡେଟିଂ ଆପ୍‌ ‘ଟିଣ୍ଡର’ ଜରିଆରେ ଜଣେ ଯୁବତୀଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ସେ ଯେଉଁ ଯୁବତୀଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ ସେ ହେଉଛନ୍ତି ପ୍ରିୟା ସେଠ(୨୭ ବର୍ଷ) । ଅନ୍‌ଲାଇନ୍‌ ଡେଟିଂ ମାଧ୍ୟମରେ ପ୍ରେମ ସମ୍ପର୍କ ସ୍ଥାପନ କରି ଲୋକଙ୍କୁ ବ୍ଲାକ୍‌ମେଲିଂ କରି ଠକିବା ହେଉଛି ପ୍ରିୟା ସେଠଙ୍କର କାମ। ପ୍ରିୟା ବ୍ଲାକ୍‌ମେଲିଂ ର‍୍ୟାକେଟ୍‌ର ରାଣୀ ମହୁମାଛି। ସେ ଧନୀ ଲାକଙ୍କ ସହିତ ସମ୍ପର୍କ ରଖି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଜାଣିବା ପରେ ସେମାନଙ୍କୁ ବ୍ଲାକ୍‌ମେଲିଂ କରି ଠକିଥାଏ। ନିକଟରେ ଅର୍ଥର୍ାତ ଗତ ମାର୍ଚ୍ଚ ମାସରେ ଜଣେ ଧନୀ ବ୍ୟକ୍ତଙ୍କୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଠକିଥିବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଥିିବା ପ୍ରିୟା ସେଠ ଏବେ ଜାମିନ୍‌ରେ ବାହାରକୁ ବାହାରିଛନ୍ତି। ଏହି ସମୟ ମଧ୍ୟରେ ସେ ଦୁଷ୍ୟନ୍ତ ଶର୍ମାଙ୍କୁ ଫସାଇ ଦୁଇଥର ତାଙ୍କୁ ଭେଟିଛନ୍ତି। ପରେ ତାଙ୍କୁ ନିଜ ଫ୍ଲାଟକୁ ଆସି ବାକୁ ଅନୁରୋଧ କରିଛନ୍ତି ପ୍ରିୟା। ତେଣୁ ମଦ ଛୁଇଁ ନ ଥିବା ଦୁଷ୍ୟନ୍ତ କୋଟିପତିର ଚକ୍‌ମା ଦେଖାଇବାକୁ ଯାଇ ଏକ ଦାମୀ ହ୍ଵିସ୍କି କିଣି ତାଙ୍କ ବାପାଙ୍କ କାର ନେଇ ପ୍ରିୟାଙ୍କ ଫ୍ଲାଟ୍‌ରେ ପହଞ୍ଚିଛନ୍ତି। ତେବେ ପୂର୍ବରୁ ସେଠାରେ ଅନ୍ୟ ଏକ କୋଠରୀରେ ଥିଲେ ଦିକ୍ଷାନ୍ତ କମ୍ରା(୨୦ ବର୍ଷ) ଓ ଲକ୍ଷ୍ୟ ଓ୍ଵାଲିଆ। ଉଭୟ ମଡେଲିଂ ଜଗତରେ ପାଦଦେବାକୁ ଉଦ୍ୟମ ଚଳାଇଥିଲେ  ଉଭୟ ପ୍ରିୟା ସେଠଙ୍କ ସହଯୋଗୀ। ସେମାନେ ପ୍ରିୟା ଯାହା ସହିତ ସମ୍ପର୍କ ରଖନ୍ତି, ସେମାନଙ୍କ ଠାରୁ ବ୍ଲାକ୍‌ମେଲିଂ କରି ଟଙ୍କା ଆଦାୟ କରନ୍ତି।।

photo credit- hindustan times

ଦୁଷ୍ୟନ୍ତ ଆସିବା କ୍ଷଣି ୩ ଜଣ ମିଶି ତାଙ୍କୁ କାବୁ କରି ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ମାତ୍ର ସିଏ କୋଟି ପତି ନୁହଁନ୍ତି, ଜଣେ ସାଧାରଣ ଲୋକ ବୋଲି ଦୁଷ୍ୟନ୍ତ କହିବା ପରେ ତାଙ୍କ ବିଷୟରେ ଛାନବିନ୍‌ କରିଥିଲେ ପ୍ରିୟା ଓ ସେ କୋଟି ପତି ନୁହଁନ୍ତି ବେଲି ଜଣାପଡ଼ିଥିଳା। ତେଣୁ ଦୁଷ୍ୟନ୍ତାଙ୍କ ବାପାଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଧମକ ପ୍ରିୟା ଫୋନ କରିଥିଲେ।ମାତ୍ର ଏତେ ଟଙ୍କା ନାହିଁ କହି ସେ ୩ ଲକ୍ଷ ଟଙ୍କା ପ୍ରିୟାଙ୍କ ଆକାଉଣ୍ଟସକୁ ଟ୍ରାନ୍ସଫର କରିଥିଲେ। ତେବେ ଦୁଷ୍ୟନ୍ତଙ୍କ ବାପାଙ୍କ ଠାରୁ ଟଙ୍କା ପଶିବା ପରେ , ଦୁଷ୍ୟନ୍ତକୁ ଛାଡ଼ି ଦେଲେ ତାଙ୍କ ପାଇଁ ବିପଦ ହେବ ବୋଲି ପ୍ରିୟା, ଦିକ୍ଷାନ୍ତ ଓ ଲକ୍ଷ୍ୟ ଚିନ୍ତା କରି ଏକ ପରିବା କଟା ଛୁରିରେ ଭୁଶି ଦୁଷ୍ୟନ୍ତଙ୍କୁ ପ୍ରିୟାଙ୍କ ବେଡରୁମ୍‌ରେ ହତ୍ୟା କରିଥିଲେ। ପରେ ପ୍ରିୟା ଧୁଆଧୋଇ ହୋଇ ସ୍ଥାନୀୟ ଏଟିଏମକୁ ଯାଇ ୨୦ ହଜାର ଟଙ୍କା ଆଣିବା ସହିତ ସୁୁଟକେଶ ଆଣିଥିଲେ।ଏହି ସୁଟକେଶରେ ଦୁଷ୍ୟନ୍ତଙ୍କ ଶବକୁ ରଖି ତାଙ୍କ କାରରେ ନେଇ ଜୟପୁର -ଦିଲ୍ଲୀ ରାଜପଥର କୁକାସ ରୋଡ୍‌ରେ ଫଙ୍ଗି ଦେଇଥିଲେ। ତେବେ କୌଣସି ସୁରାକ ନ ଥିବା ଏହି ହତ୍ୟାକାଣ୍ଡ ଘଟିବାର ୧୦ ଘଣ୍ଟା ମଧ୍ୟରେ ପୁଲିସ ପ୍ରିୟା ସେଠ ଓ ତାଙ୍କର ଦୁଇ ସହଯୋଗୀଙ୍କୁ ଗିରଫ କରି ପାରିଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର