ନୂଆଦିଲ୍ଲୀ : ଦୁବାଇରେ ରହୁଥିବା ଜଣେ ମହିଳା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍ ଏବଂ ଟୁଇଟର ସହାୟତାରେ ଲୋକମାନଙ୍କୁ ଠକୁଥିବା ସାମ୍ନାକୁ ଆସିଛି । ନିଜର ଆର୍ଥିକ ଅବସ୍ଥା ଭଲ ନଥିବା କହି ଅଭିଯୁକ୍ତ ମହିଳାଜଣଙ୍କ ୧୭ଦିନରେ ୩୫ଲକ୍ଷ ଟଙ୍କା ଠକି ନେଇଥିବା ଜଣା ପଡ଼ିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ କରି ମହିଳାଙ୍କୁ ଗିରଫ କରିଛି ଦୁବାଇ ପୁଲିସ ।
/sambad/media/post_attachments/wp-content/uploads/2019/06/cyber-thief-hacking-new-technology-computer-system-network_slw06xrw__F0000-300x169.png)
ପୁଲିସ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହିଳା ନିଜ ପିଲାମାନଙ୍କର ଫଟୋ ସୋସିଆଲ ମିଡିଆରେ ଛାଡ଼ି ନିଜର ଆର୍ଥିକ ଅବସ୍ଥା କେତେ ଖରାପ ତାହା ଦେଖାଉଥିଲେ । ସୋସିଆଲ ମିଡିଆ ଜରିଆରେ ଅଭିଯୁକ୍ତ ମହିଳା ସ୍ୱାମୀଙ୍କଠାରୁ ଅଲଗା ହୋଇ ନିଜ ପିଲାମାନଙ୍କୁ ନିଜେ ପାଳୁଥିବା କଥା କହୁଥିଲେ । ଯାହା ପରେ ଲୋକେ ତାଙ୍କୁ ସହାୟତା କରିବାକୁ ଯାଇ ଟଙ୍କା ପଠାଉଥିଲେ । କିନ୍ତୁ ମହିଳାଙ୍କ ଏଭଳି କାମ ଉପରେ ତାଙ୍କ ସ୍ୱାମୀଙ୍କ ନଜର ପଡ଼ିବା ପରେ ସେ ପୁଲିସକୁ ସବୁ ସତ ଜଣାଇଥିଲେ । ମହିଳାଙ୍କ ସହ ଛାଡ଼ପତ୍ର ହୋଇଛି ସତ କିନ୍ତୁ ପିଲାମାନେ ତାଙ୍କ ସହ ନୁହେଁ ବରଂ ମୋ ସହ ରହୁଛନ୍ତି ବୋଲି କହିଥିଲେ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ । ଯାହା ପରେ ପୁଲିସ ଲୋକମାନଙ୍କୁ ଠକି ଟଙ୍କା ନେବାର ଅଭିଯୋଗରେ ଗିରଫ ମହିଳାଙ୍କୁ ଗିରଫ କରିଥିଲା ।