ପୁରୀ: ଖୋଲିଲା ଜାଲ୍ ସାର୍ଟିଫିକେଟ ରାକେଟ୍ ଗୁମର। ଗତକାଲି କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ପୁରୀର ଲକ୍ଷ୍ମୀକାନ୍ତ ନନ୍ଦଶର୍ମାକୁ ଜେରା କାଳରେ ଏହି ର୍ୟାକେଟର ବହୁ ଗୁମର ପଦାକୁ ଆସିଛିି। ରାଜ୍ୟ ସରକାରଙ୍କ ଚୁକ୍ତିଭିତ୍ତିକ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଆଶାୟୀ ଯୁବକଯୁବତୀମାନଙ୍କୁ ଏହି ରାକେଟ୍ ହିନ୍ଦୀ ପାରଙ୍ଗତ ପାସ୍ର ଜାଲ୍ ସାର୍ଟିଫିକେଟ ଯୋଗାଇ ବିପୁଳ ଅର୍ଥ ଉପାର୍ଜନ କରୁଥିଲେ। ଲକ୍ଷ୍ମୀକାନ୍ତ ରାକେଟର ମୁଖ୍ୟ ହୋଇଥିବା ବେଳେ ଏହାର ଚେର ରାଜ୍ୟର ପାଂଚଟି ଜିଲ୍ଲାକୁ ଲମ୍ବିଛି। ଜିଲ୍ଲାସ୍ତରରେ ଅବସ୍ଥାପିତ ପାଂଚ ଦଲାଲ୍ଙ୍କୁ କ୍ରାଇମବ୍ରାଞ୍ଚ ଚିହ୍ନଟ କରିସାରିଛି। ଗିରଫ ଭୟରେ ସେମାନେ ଫେରାର ଥିବାରୁ ସେମାନଙ୍କୁ ଧରିବା ଲାଗି ତନାଘନା ଚାଲିଛି ବୋଲି କ୍ରାଇମବ୍ରାଞ୍ଚ ଡିଏସପି ରମେଶ ସେଠୀ ସୂଚନା ଦେଇଛନ୍ତି।
ଖୋଲିଲା ଜାଲ୍ ସାର୍ଟିଫିକେଟ୍ ରାକେଟ୍ ଗୁମର
କିଙ୍ଗପିନ୍ ଲକ୍ଷ୍ମୀକାନ୍ତ ଗିରଫ
/sambad/media/post_attachments/wp-content/uploads/2018/04/arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)