ଓପିଏମ୍‌ରୁ ଡକାୟତି: କୁଇଣ୍ଟାଲ୍‌ରୁ ଅଧିକ ତମ୍ବା ତାର ଜବତ, ୫ ଗିରଫ 

ବ୍ରଜରାଜନଗର: ବନ୍ଦ ପଡ଼ିଥିବା ବ୍ରଜରାଜନଗର ଓରିଏଣ୍ଟ କାଗଜକଳରୁ ଡକାୟତି ଅଭିଯୋଗରେ ବ୍ରଜରାଜନଗର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଚୋରି ହୋଇଥିବା ଏକ କୁଇଣ୍ଟାଲ୍‌ରୁ ଅଧିକ ଓଜନର ତମ୍ବାତାର ସେମାନଙ୍କ ନିକଟରୁ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଚୁନାଭଟା ଗ୍ରାମର ଟିଙ୍କୁ ବିଶ୍ୱକର୍ମା, ଚିକିଲି ଥାପ୍ପା, ଅଜୟ ବେସନ ଓ ତେଲେନପାଲି ସାହୁପଡାର ଆଶୀର୍ବାଦ ପଞ୍ଚମ, ଶିବ ବାଗ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନେ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି।

ସୂଚନା ଅନୁଯାୟୀ, ଗତ ୧୮ ତାରିଖ ରାତିରେ ୧୫ରୁ ଅଧିକ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଓରିଏଣ୍ଟ କାଗଜକଳରେ ପଶିଥିଲେ। ଏହା ଜାଣିବା ପରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ଏହାର ବିରୋଧ କରିଥିଲେ। ଡକାୟତମାନେ ଧରିଥିବା ମାରଣାସ୍ତ୍ରରେ ସୁରକ୍ଷା କର୍ମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଆକ୍ରମଣରେ ସୁରକ୍ଷା କର୍ମୀ ଝଗଡୁ ପ୍ରସାଦ, ସୁରେସନ ସାହୁ, ସଚଦେବ ସାହୁ, ଉମେଶ ରାମ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରୀୟ ଚିକିତ୍ସାଳୟ ମଣ୍ଡାଳିଆକୁ ନିଆଯାଇଥିଲା। ଝଗଡୁ ଓ ସୁରେସନଙ୍କ ମୁଣ୍ଡରେ ଗୁରୁତର ଆଘାତ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଖବରପାଇ ବ୍ରଜରାଜନଗର ଆଇଆଇସି ନଳିତା ମୋଦି, ଓପିଏମ ସୁରକ୍ଷା ଅଧିକାରୀ ଗୌତମ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଓପିଏମ ପକ୍ଷରୁ ଏନେଇ ବ୍ରଜରାଜନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ସମ୍ବନ୍ଧିତ ଖବର