ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳର ଟ୍ରକ୍ ଏବଂ ଟ୍ୟାକ୍ସି ଡ୍ରାଇଭରଙ୍କ ସମେତ ୫୦ରୁ ଅଧିକ ହତ୍ୟା ଘଟଣାରେ ସମ୍ପୃକ୍ତ ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ପୁଲିସ ଗିରଫ କରିଛି। ଗିରଫ ଡାକ୍ତରଙ୍କ ନାମ ଦେବେନ୍ଦ୍ର ଶର୍ମା (୬୨)ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/07/b91a1a20fda39b6a7066bc5236541da1_342_660-1-281x300.jpg)
ପୁଲିସ ସୂତ୍ରରୁ ପ୍ରକାଶ, ଆୟୁର୍ବେଦିକ ଡାକ୍ତର ଦେବେନ୍ଦ୍ର ଶର୍ମା ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ବେଳେ ଜାନୁଆରିରେ ପାରୋଲରେ ବାହାରି କେଉଁଆଡେ ଫେରାର ହୋଇଯାଇଥିଲେ। ଦେବେନ୍ଦ୍ର ଦିଲ୍ଲୀ ଉପକଣ୍ଠ ବାପ୍ରୋଲରେ ଲୁଚି ରହିଥିବା ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଉକ୍ତ ଆୟୁର୍ବେଦିକ ଡାକ୍ତର ପାଖାପାଖି ୫୦ରୁ ଅଧିକ ହତ୍ୟା ମାମଲାରେ ସମ୍ପୃକ୍ତ ଅଛନ୍ତି । କିନ୍ତୁ ସେ କେତେଜଣଙ୍କୁ ହତ୍ୟା କରିଛନ୍ତି ତାହାର ହିସାବ ସେ ନିଜେ ମଧ୍ୟ ରଖି ନାହାନ୍ତି। ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନରେ ଦେବେନ୍ଦ୍ର ଶର୍ମାଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ପଚରାଉଚରା ବେଳେ ସେ ବିଭିନ୍ନ ହତ୍ୟାକାଣ୍ଡରେ ବି ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି।
The Indian Expressସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଆଲିଗଡ ଜିଲ୍ଲାର ପୁରିନି ଗ୍ରାମରେ ଆୟୁର୍ବେଦ ମେଡିସିନ୍ ଓ ସର୍ଜରୀରେ ସ୍ନାତକ ହାସଲ କରିଥିବା ଦେବେନ୍ଦ୍ର ଶର୍ମା ବସବାସ କରନ୍ତି। ଶର୍ମାଙ୍କୁ ଅନେକ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଉତ୍ତରପ୍ରଦେଶରେ ଏକ ନକଲି ଗ୍ୟାସ ଏଜେନ୍ସି ଚଳାଇଥିବାରୁ ତାଙ୍କୁ ଦୁଇଥର ଗିରଫ କରାଯାଇଥିଲା ଏବଂ କିଡନି ବିକ୍ରୟ କରୁଥିବା ଗ୍ୟାଙ୍ଗ ଚଳାଇଥିବାରୁ ତାଙ୍କୁ ଜେଲ ମଧ୍ୟ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/Ayurvedic-doctor-30_Thumb.jpg)