ତେଲେଙ୍ଗାନା: ଶୁକ୍ରବାର ଦିନ ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲା ଅନ୍ତର୍ଗତ ଅତିବଲା ଅଞ୍ଚଳସ୍ଥିତ ବାସଭବନରେ ଅନ୍ୟୂନ ୧୦୦ଜଣ ଯୁବକ ବଳପୂର୍ବକ ପ୍ରବେଶ କରି ଅପହରଣ କରି ନେଇଥିବା ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।
/sambad/media/post_attachments/wp-content/uploads/2022/12/kidn.jpg)
ତେଲେଙ୍ଗାନା ପୁଲିସ ସୂତ୍ରରୁ ପ୍ରକାଶ, ଏହି ଘଟଣାରେ ସମ୍ପୃକ୍ତ ଥିବା ଯୁବକମାନଙ୍କ ମଧ୍ୟରୁ ଏଯାବତ୍ ୧୬ଜଣଙ୍କୁ ଗିରଫ କରାଯାଇଛି ଏବଂ ଅପହୃତା ଯୁବତୀଙ୍କୁ ୬ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଛି। ବାକି ଅଭିଯୁକ୍ତମାନଙ୍କୁ ଅବିଳମ୍ବେ ଗରିଫ କରାଯିବ। ଅଭିଯୁକ୍ତମାନଙ୍କ ନାମରେ ନରହତ୍ୟା ଓ ଅପହରଣ ଅଭିଯୋଗ ହୋଇଛି। ଅପହୃତା ଯୁବତୀଜଣକ ଦନ୍ତରୋଗ ବିଶେଷଜ୍ଞା।
ଯୁବତୀଙ୍କ ପିତାମାତାଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୦୦ଜଣ ଯୁବକ ଜବରଦସ୍ତି ତାଙ୍କ ଘରେ ପ୍ରବେଶ କରି ଝିଅ ବୈଶାଳୀକୁ ଉଠାଇ ନେବା ସହିତ ଘର ଭଙ୍ଗାରୁଜା କରିଛନ୍ତି।
/sambad/media/post_attachments/wp-content/uploads/2022/12/kidn1.jpg)
ଏହି ଘଟଣାର ଗୋଟାଏ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଯୁବକମାନେ ଉକ୍ତ ଯୁବତୀଙ୍କ ଆତ୍ମୀୟମାନଙ୍କୁ ମାରଧର କରୁଥିବା ଦୃଶ୍ୟ ସେଥିରେ ରହିଛି।
ଘଟଣାର ମୁଖ୍ୟ ଅଭିଯୁକ୍ତ କେ. ନବୀନ ରେଡ୍ଡୀ ପୁଲିସକୁ କହିଛନ୍ତି ଯେ, ବୈଶାଳୀ ଓ ସେ ବିବାହ କରିସାରିଥିଲେ। କିନ୍ତୁ, ବୈଶାଳୀ ଦନ୍ତ ଚିକିତ୍ସକ ହେବା ପରେ ତା’ର ବାପାମାଆଙ୍କ ମନୋଭାବ ବଦଳିଗଲା।
ସୂଚନାଯୋଗ୍ୟ, ୨୬ ବର୍ଷିୟ କେ. ନବୀନ ରେଡ୍ଡୀଙ୍କର ସହରର ବିଭିନ୍ନ ପ୍ରାନ୍ତରେ ‘ଚେନ୍ ଟି ଆଉଟ୍-ଲେଟ୍’ (ଚା ଦୋକାନ) ରହିଛି।