ଶୌଚାଳୟ ଭିତରେ ମ୍ୟାନେଜରଙ୍କୁ ଯୁବତୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରିଲେ କନଷ୍ଟେବଳ

ନୂଆଦିଲ୍ଲୀ: ନୋଏଡା ସେକ୍ଟର -୬୨ ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପ୍ରେମୀ ଯୁଗଳ ମହିଳାମାନଙ୍କ ପାଇଁ ନିର୍ମିତ ପିଙ୍କ ଟଏଲେଟ ଭିତରେ ଆପତ୍ତିଜନକ କାମ କରୁଥିଲେ। ଏହି ସମୟରେ ଜଣେ ମହିଳା କନଷ୍ଟେବଳ ଉକ୍ତ ଶୌଚାଳୟ ଭିତରକୁ ପଶି ଯାଇଥିଲେ। ଆଉ ସେ ଘଟଣାସ୍ଥଳରେ ଯେଉଁ ଦୃଶ୍ୟ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନୋଏଡାରେ ସ୍ୱଚ୍ଛତା ଅଭିଯାନ ଅଧୀନରେ ଶହ ଶହ ପିଙ୍କ ଟଏଲେଟ ନିର୍ମାଣ କରାଯାଇଛି । କେବଳ ମହିଳା ଏବଂ ଝିଅମାନଙ୍କୁ ଏହି ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ପୁରୁଷ ଏବଂ ବାଳକମାନଙ୍କୁ ଏହି ଶୌଚାଳୟ ଭିତରକୁ ଯିବାକୁ କଡା ବାରଣ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ନିକଟରେ ଏକ ପ୍ରେମୀଯୁଗଳ ପ୍ରେମ କରିବା ପାଇଁ ପିଙ୍କ ଟଏଲେଟ ଭିତରେ ପହଞ୍ଚି ଯାଇଥିଲେ । ଏହି ସମୟର ଜଣେ ମହିଳା କନଷ୍ଟେବଳ ଶୌଚାଳୟ ବ୍ୟବହାର କରିବାକୁ ଭିତରକୁ ଯାଇଥିଲେ । ଆଉ ସେ ଏହି ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ।

ମହିଳା କନଷ୍ଟେବଳ କହିଛନ୍ତି , ‘ଯେ ଯେତେବେଳେ ସେ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ, ଦୁହେଁ ତାଙ୍କୁ ନାଲି ଆଖି ଦେଖାଇଥିଲେ। ଆଉ କହିଥିଲେ ପୁଲିସର କାମ ହେଉଛି ଆମ ଭଳି ଲୋକଙ୍କୁ ସୁରକ୍ଷା ଦେବା, ଆମର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା‌ ତୁମର କାମ ନୁହେଁ।

ଉଭୟଙ୍କୁ ପୁଲିସ ଷ୍ଟେସନକୁ ଆଣିବା ପରେ ଉକ୍ତ ପ୍ରେମୀଯୁଗଳ ସେଠାରେ ବି ଉତ୍ତେଜନା ଆରମ୍ଭ କରିଥିଲେ। କୁହାଯାଉଛି କି ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଥିବା ଯୁବକ ନୋଏଡା ସେକ୍ଟର -୬ ରେ ଅବସ୍ଥିତ ଏକ କମ୍ପାନିରେ ମ୍ୟାନେଜର ଭାବେ କାମ କରନ୍ତି।’

ସମ୍ବନ୍ଧିତ ଖବର