ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ଘଟଣାସ୍ଥଳରେ ପୁଲିସ ଆଗରେ ମମିତା ହତ୍ୟାକାଣ୍ଡର ‘ଡେମୋ’ ଦେଖାଇଲେ ଗୋବିନ୍ଦ ସାହୁ

ଭୁବନେଶ୍ୱର: ମମିତାଙ୍କୁ ଯେଭଳି ଭାବେ ହତ୍ୟା କରିଥିଲେ ତା’ର ‘ଡେମୋ’ ଗତ ରାତି ପାହାନ୍ତା ପ୍ରାୟ ୪ଟା ବେଳେ ଗୋବିନ୍ଦ ସାହୁ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୁଲିସ ଆଗରେ ପ୍ରଦର୍ଶନ କରିଥିଲେ। ଅପରାଧ ସ୍ଥଳରେ ଅପରାଧିକ ଘଟଣାର ପୁନଃସଂରଚନା ନିମନ୍ତେ ପୁଲିସ ତାଙ୍କୁ ମହାଲିଙ୍ଗ ଷ୍ଟାଡିୟମ୍‌କୁ…
ଅଧିକ ଖବର ଦେଖନ୍ତୁ...

ମନୀଷ ମୃତ୍ୟୁ ମାମଲା: ମନଗଢ଼ା କାହାଣୀ ଗପିଲେ ୩ ଅଭିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ପୁଲିସ ରିମାଣ୍ଡରେ ଆଣିଥିବା ୩ ଅଭିଯୁକ୍ତ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କୁ ଗୁରୁବାର ଦିନ କୋର୍ଟରେ ହାଜର କରାଯିବା ପରେ ପୁଣି ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଦୀର୍ଘ ୭୨ଘଣ୍ଟାର ଜେରା ପରେ ଏହି…
ଅଧିକ ଖବର ଦେଖନ୍ତୁ...

ଆଳୁ ଗାଡ଼ିରେ ପଶ୍ଟିମବଙ୍ଗରୁ ଆସୁଛି ବ୍ରାଉନସୁଗାର! କୋଟିଏ ଟଙ୍କାର ଧଳାଜହର ଜବତ

ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁର୍ସିଦାବାଦରୁ ଦୀର୍ଘ ୭ ଶହ କିଲୋମିଟର ଆସିବା ପରେ କଟକ ଟାଙ୍ଗୀରୁ ଜଣେ ନିଶା ବେପାରୀକୁ ଗିରଫ କରିଛି ଏସଟିଏଫ୍। ଏସ୍.କେ ସଫିକୁଲ ଓରଫ୍ ଖୋକନ ଠାରୁ ୧ କେଜି ୪୩ ଗ୍ରାମ ବ୍ରାଉନସୁଗାର, ମୋବାଇଲ ଫୋନ୍ ଓ ଆଧାର କାର୍ଡ ଜବତ କରାଯାଇଛି। ଜବତ ବ୍ରାଉନସୁଗାର ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

କମେଣ୍ଟ୍‌ମରାରୁ ତୁମୁଳକାଣ୍ଡ: ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଖଣ୍ଡା ବୁଲିଲା

ଭୁବନେଶ୍ୱର : ଗୁରୁବାର ସନ୍ଧ୍ୟାରେ ହଠାତ୍ ସିଆର୍‌ପି ଛକ ପ୍ରିୟଦର୍ଶିନୀ ମାର୍କେଟ୍‌ରେ ଖଣ୍ଡା ବୁଲିଛି। ୨୦ରୁ ଅଧିକ ଯୁବକ ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ସଜ୍ଜିତ ହୋଇ ପଇଁତରା ମାରିଲେ। ଜଣେ ଯୁବକଙ୍କୁ ହାଣିବା ପାଇଁ ଖୋଜିଲେ। ତେବେ ସୌଭାଗ୍ୟକୁ ଯୁବକ ଜଣକ ସାମାନ୍ୟ ଆହତ ହୋଇ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ବଢ଼ୁଛି କାଠ ମାଫିଆଙ୍କ ଦୌରାତ୍ମ୍ୟ: ପାଞ୍ଚ ବର୍ଷରେ ୫୫ ହଜାର ମାମଲା

୫୦ ହଜାର ୭୪୦ ଜଣ ସମ୍ପୃକ୍ତ ୬୧୮୫ ଘନ ମିଟର କାଠ ଜବତ ଆକ୍ରମଣରେ ୨ ମୃତ, ୩୬ ଆହତ ଭୁବନେଶ୍ୱର : ରାଜ୍ୟରେ ବଢ଼ୁଛି କାଠ ମାଫିଆଙ୍କ ଦୌରାତ୍ମ୍ୟ। ଗୋଟିଏ କି ଦୁଇଟି ବନଖଣ୍ଡରେ ନୁହେଁ, ସାରା ଓଡ଼ିଶାରେ ନିଜର ଜାଲ ବାଛାଇ ଚାଲିଛନ୍ତି ମାଫିଆ। ବରବରା ଜଙ୍ଗଲରୁ ଆରମ୍ଭ କରି ସୁନାବେଡ଼ା…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ଶିକ୍ଷକ

ଚୁରୁ : ରାଜସ୍ଥାନର ଚୁରୁ ଜିଲ୍ଲା ସଲସର ଗ୍ରାମରେ ଏକ ବଡ଼ ଅନର୍ଥ ଘଟିଯାଇଛି। ଘରୋଇ ସ୍କୁଲ୍‌ରେ ପଢ଼ୁଥିବା ଜଣେ ୧୩ ବର୍ଷୀୟ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ଦ୍ଦୟ ଭାବେ ବାଡ଼େଇ ବାଡ଼େଇ ମାରି ଦେଇଛନ୍ତି। ହୋମୱାର୍କ କରିନଥିବାରୁ ଶିକ୍ଷକ ତାଙ୍କୁ ବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଛାତ୍ର…
ଅଧିକ ଖବର ଦେଖନ୍ତୁ...

୩ ତାମିଲ୍ ଲୁଟେରା ଗିରଫ: ଜଟଣୀରେ ଡେରା, ରାଜଧାନୀରେ ଲୁଟ୍‌

ଭୁବନେଶ୍ବର: ଗତ କିଛି ମାସ ହେଲା ଜଟଣୀରେ ଡେରା ପକାଇଥିବା ଓ ରାଜଧାନୀରୁ ଲୁଟ୍‌ କରୁଥିବା ଏକ ପାଞ୍ଚ ଜଣିଆ ତାମିଲ୍‌ ଲୁଟେରା ଗ୍ୟାଙ୍ଗ୍‌କୁ ଗିରଫ କରିଛି ସହିଦନଗର ଥାନା ପୁଲିସ। ସେମାନେ ହେଲେ ତାମିଲ୍‌ନାଡ଼ୁ ଭେଲୋର ଜିଲ୍ଲା ଅମ୍ବୁର ଥାନା ଉଦୟ ରାଜପାଲ୍ୟମ୍ ଗାଁର ବାଟୁ ଶ୍ରୀନିବାସନ୍‌, ଏ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ଗୋପାଲପୁର ପିଇଓ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ର ଗୋପାଲପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ଷମା ପ୍ରସାଦ ଦୁରିଆ ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ସୂତ୍ରରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାଙ୍କୁ ହତ୍ୟା; ୨ ହାତ ବନ୍ଧା ଅବସ୍ଥାରେ ଜମିରୁ ଶବ ଉଦ୍ଧାର, ଝିଆରୀ ଅଟକ

ଚିକିଟି/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ୍ ଅଧୀନ ଖମ୍ବାରିଗାଁ ଜମିରୁ ଜଣେ ବୃଦ୍ଧାଙ୍କ ଶବକୁ ହାତ ବନ୍ଧାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଜଣକ ହେଲେ, ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ କୁରୁବା ଗାଁର ଦୁଃଖୀ ଦଳାଇ (୭୦)। ପାରିପାର୍ଶ୍ବିକ…
ଅଧିକ ଖବର ଦେଖନ୍ତୁ...

ମନୋରଞ୍ଜନ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ମୁଖ୍ୟ ଅଭିଯୁକ୍ତ ସହ ୩ ଗିରଫ, ଅନ୍ୟ ତିନି ଫେରାର

ରାଉରକେଲା: ସେକ୍ଟର-୬ ନେପାଳି ବସ୍ତିର ମନୋରଞ୍ଜନ ଓରଫ ମନ ହତ୍ୟାକାଣ୍ଡର ଆଜି ଫର୍ଦ୍ଦାଫାସ୍‌ କରିଛି ସେକ୍ଟର-୭ ପୁଲିସ। ହତ୍ୟାକାଣ୍ଡରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମୁଖ୍ୟ ହତ୍ୟାକାରୀ ସେକ୍ଟର-୬ ନେପାଳୀ ବସ୍ତିର…
ଅଧିକ ଖବର ଦେଖନ୍ତୁ...