ବାଲିଅନ୍ତା ବଜାର: ନିଜକୁ ଡକ୍ଟର କହି ସାନ ଭାଇର ମିଥ୍ୟା ବିବାହର ପ୍ରତିଶ୍ରୁତି ଦେଇ ଏକ ମହିଳାଙ୍କ ପରିବାର ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପାହାଳ ପୁଲିସ କେଉଁଝର ଜିଲ୍ଲା ଚମ୍ପୁଆର ରଞ୍ଜୀବ କୁମାର ପ୍ରଧାନ (୪୦)ଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତର ଯାମିନୀ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। 

Advertisment

ଅଭିଯୋଗକାରିଣୀ ଦେବସ୍ମିତା ସ୍ୱାଇଁ ଛାଡ଼ପତ୍ର ଦେଇ ନିଜ ପରିବାର ସହିତ ରହୁଥିଲେ। ସେ ୨୦୨୧ ମସିହାରେ ମ୍ୟାଟ୍ରିମୋନିଆଲ ସାଇଡ଼ରେ ନିଜର ବାୟୋଡାଟା ସେୟାର କରିବା ପରେ ଅଭିଯୁକ୍ତ ଜଣଙ୍କୁ ନିଜକୁ ଡକ୍ଟର ପ୍ରକାଶ ପ୍ରଧାନ କହିବା ସହିତ ନିଜର ସାନ ଭାଇ ତୁଷାର ପ୍ରଧାନଙ୍କ ବାହାଘର ପାଇଁ ଉକ୍ତ ନମ୍ୱରରେ ଯୋଗାଯୋଗ କରିଥିଲେ। ତୁଷାର ରାୟଗଡ଼ା ଏସବିଆଇ ଡେପୁଟି ମ୍ୟାନେଜର ବୋଲି ଅଭିଯୋକାରିଣୀଙ୍କ ପରିବାରକୁ ସୂଚନା ଦେଇଥିଲେ। ବିବାହ ପାଇଁ ଆସିଥିବା ପ୍ରସ୍ତାବକୁ ସ୍ବୀକାର କରିବା ସହ ନିୟମିତ ଉଭୟ ପ୍ରକାଶ ପ୍ରଧାନଙ୍କ ଯୋଗାଯୋଗରେ ରହିଥିଲେ। ଅଭିଯୁକ୍ତ ଜଣଙ୍କ ଭିନ୍ନଭିନ୍ନ ପରିଚୟ ଦେଇ (କୋଭିଡ ୧୯) ବରିଷ୍ଠ ନାଗରିକ ପାଇଁ ଏକ ପଲିସି ଆସିଛି ଏହି ପଲିସି କରିବାକୁ ଅଭିଯୋଗକାରିଣୀଙ୍କ ବାପାଙ୍କ ଉପରେ ବଡ଼ଭାଇ ପ୍ରକାଶ ଚାପ ପକାଇଥିଲେ। ତାଙ୍କ ଜ୍ବାଇଁ ହେବାକୁ ଯାଉଥିବାରୁ ତାଙ୍କ ଉପରେ ଚାପ ପକାଇଥିଲେ ପଲିସି କରିବା ଦ୍ୱାରା ଲାଭ ଉଠାଇବା ପାଇଁ।

ପର୍ଯ୍ୟାୟକ୍ରମେ ଲକ୍ଷାଧିକ ଟଙ୍କା ହଡ଼ପ

ଅଭିଯୋଗକାରିଣୀଙ୍କ ବାପା ପ୍ରଥମେ ମନା କରିଥିଲେ। କିନ୍ତୁ ପରେ ପ୍ରକାଶ ପ୍ରଧାନ ତାଙ୍କୁ ବାଧ୍ୟ କରିବା ପରେ ଅଭିଯୋଗକାରିଣୀଙ୍କ ବାପା ପର୍ଯ୍ୟାୟକ୍ରମେ ଜୁନ ୨୫ ତାରିଖରେ ୫ ଲକ୍ଷ ୧୦ ହଜାର ଟଙ୍କା ଓ ପରେ ଜୁନ ୩୦ ରେ ୫ ଲକ୍ଷ ୧୦ ହଜାର ଟଙ୍କା ଉଭୟ ବାପା ଝିଅଙ୍କୁ ବିଶ୍ୱାସ ଜିତି ନେଇଥିଲେ। ପଲିସି ବଣ୍ଡ୍ ବାବଦରେ ପଚାରିବାରୁ ତୁଷାର ପକ୍ରିୟାକରଣ ଫି’ ଦେବା ପରେ ମିଳିବ ବୋଲି ଜୁଲାଇ ୨୮ ତାରିଖରେ ଉକ୍ତ ବ୍ୟାଙ୍କ ଆକାଉଣ୍ଟ ପଇସା ପଠାଇ ଥିଲେ। ପରବର୍ତ୍ତୀ ସମୟରେ ବ୍ୟାଙ୍କ ଟ୍ରେନିଂ ପାଇଁ ବମ୍ବେ ଆସିଛନ୍ତି ଫେରିବା ପରେ ତାଙ୍କ ଝିଅ ସହ ବିବାହ କରିବେ। ପଲିସିର ଚୁଡ଼ାନ୍ତ ପକ୍ରିୟା ପାଇଁ ଆଉ ୫ ଲକ୍ଷ୫୦ ହଜାର ଟଙ୍କା ଆବଶ୍ୟକ ରହିଛି ବୋଲି ପୂର୍ବରୁ ଏତେଟଙ୍କା ପୈଠ କରିଥିବାରୁ ଅନ୍ୟ ଉପାୟ ନପାଇ ପଇସା ଦେଇଥିଲେ।

ଅଭିଯୁକ୍ତ କହିଥିଲା ଝିଅକୁ ବହୁତ ପସନ୍ତ କରନ୍ତି

ଅଭିଯୋଗକାରିଣୀଙ୍କ ବାପା ଝିଅର ବିବାହ ପାଇଁ ପଚାରିବାରୁ ତୁଷାର ପ୍ରଧାନ କହିଥିଲେ ତାଙ୍କ ଝିଅକୁ ବହୁତ୍ ପସନ୍ଦ କରନ୍ତି। ଟ୍ରେନିଂରୁ ଫେରିବା ପରେ ବିବାହ କରିବେ ବୋଲି କହିଥିଲେ। ଡିସେମ୍ବର ମାସରେ ଏକ ପେଟ୍ରୋଲ ପମ୍ପ ଶସ୍ତାରେ ନିଲାମ ହେବ, ଯାହାକୁ କିଣିବା ପାଇଁ ତାଙ୍କୁ ୫ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି। ଭଲ ପ୍ରସ୍ତାବ ହୋଇଥିବାରୁ ଅଭିଯୋଗକାରିଣୀଙ୍କ ବାପା ତାଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ, ଯାହାକୁ ସେ ଫେରେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିବାହ ପାଇଁ ବିଳମ୍ବ ଅଭିଯୋଗକାରୀଙ୍କୁ ଦେଖା ନକରିବା ପରେ ସନ୍ଦେହ ହୋଇଥିଲା। ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: Virat Kohli: ନିରାଶ ହେବେ ବିରାଟଙ୍କ ପ୍ରଶଂସକ: ବିପଦରେ ବିରାଟ କୋହଲିଙ୍କ ନମ୍ବର ୧ ଆସନ, ଟପିଯିବେ ଏହି ଖେଳାଳି...

ତଦନ୍ତରେ ଧରାପଡ଼ିଲା ମିଛ

ଲିଖିତ ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ ଜଣେ ବ୍ୟକ୍ତି ଗୋଟେ ମୋବାଇଲ ଫୋନରେ ଦୁଇଟି ନମ୍ବର ମାଧ୍ୟମରେ ଅଭିଯୋଗକାରିଣୀ ଓ ତାଙ୍କ ବାପାଙ୍କ ସହ ପ୍ରକାଶ ପ୍ରଧାନ ଓ ସାନ ଭାଇ ତୁଷାର ପ୍ରଧାନ ହୋଇ କଥା ହେଉଥିଲେ।ଏସବିଆଇ ରାୟଗଡ଼ାରେ ତୁଷାର ପ୍ରଧାନ ବୋଲି କେହି ଡେପୁଟି ମ୍ୟାନେଜର ନଥିଲେ କିମ୍ବା ଡକ୍ଟର ପ୍ରକାଶ ପ୍ରଧାନ ନାମରେ ସେଠାରେ  କୌଣସି ବ୍ୟକ୍ତି ନଥିଲେ। ଉଭୟ ଜଣେ ହୋଇଥିବା ବେଳେ ଠକେଇ ଟଙ୍କା ନେବା ପାଇଁ ବାପାଙ୍କ ଏକାଉଣ୍ଟ୍ ବ୍ୟବହାର କରୁଥିବା ତଦନ୍ତରୁ ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: Air India: କଣ୍ଟେନର୍‌ ଫସିଯିବାରୁ ଦିଲ୍ଲୀ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନ ଇଞ୍ଜିନ କ୍ଷତିଗ୍ରସ୍ତ