ନୂଆଦିଲ୍ଲୀ: ଲଭ୍ ସେକ୍ସ ଆଣ୍ଡ୍ ଧୋକା ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି। ପ୍ରେମ କରି ଧୋକା ପାଉଥିବା ଅନେକ ଉଦାହରଣ ଆପଣ ନିଜ ଚାରି ପାଖରେ ଦେଖୁଥିବେ। ଆଜି ଆମେ ଏକ ଏପରି କାହାଣୀ କହିବୁ ଯେଉଁଥିରେ ପ୍ରେମରେ ପାଗଳ ହୋଇ ଜଣେ ଯୁବକ ଦେଶଦ୍ରୋହ ପାଲଟି ଯାଇଛନ୍ତି।
ସୂଚନାରୁ ପ୍ରକାଶ ଯେ ଦିଲ୍ଳୀର ସେନା ଭବନରେ କାମ କରୁଥିବା ରବି ପ୍ରକାଶ ମିଣା ଫେସ୍ବୁକ୍ ଜରିଆରେ ଜଣେ ଯୁବତୀଙ୍କୁ ଜାଣିଲେ। ସେମାନେ ପ୍ରଥମେ ଚାଟିଂ କରୁ କରୁ ପରସ୍ପରଙ୍କର ଭଲ ବନ୍ଧୁ ହୋଇଗଲେ। ପୁଣି ଯୁବକ ଜଣକ ତାଙ୍କ ପ୍ରେମରେ ଅନ୍ଧ ହୋଇଗଲେ। ଯୁବତୀ ଜଣକ ଯେତେବେଳେ ଜାଣିଗଲେ ଯେ ଯୁବକ ଜଣକ ତାଙ୍କ ପ୍ରେମରେ ଅନ୍ଧ ହୋଇ ସାରିଛନ୍ତି ବୋଲି ସେ ଧୀରେ ଧୀରେ ତାଙ୍କୁ ବ୍ୟବହାର କରିବାକୁ ଲାଗିଲେ।
ଜାଣିବାକୁ ମିଳିଛି ଯେ ସେନା ଭବନରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ରବିଙ୍କୁ ଜଣେ ପାକିସ୍ତାନୀ ଗୁପ୍ତଚର ନିଜ ପ୍ରେମ ଜାଲରେ ଫସାଇଥିଲେ। ଯାହାର ପରିଣାମ ସ୍ବରୁପ ରବି ଏବେ ଗିରଫ ବି ହୋଇଛନ୍ତି। ୩୧ ବର୍ଷୀୟ ଯୁବକ ରବି ରାଜସ୍ଥାନର କରୌଲି ଜିଲ୍ଲାର ସପୋଟାରାର ବାସିନ୍ଦା। ସେ ଫେସ୍ବୁକ୍ରେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ିଥିବା ହେତୁ ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ତାଙ୍କ ସହ ସେୟାର କରିଥିବା ବି ଅଭିଯୋଗ ହୋଇଛି। ଯେଉଁ କାରଣରୁ ରବି ଏବେ ଜେଲ୍ରେ ଅଛନ୍ତି। ପ୍ରେମରେ ଅନ୍ଧ ହୋଇ ଗଲେ ତାହାର କରୁଣ ପରିସ୍ଥିତି କିପରି ହୋଇଥାଏ ତାହା ଆପଣ ଜାଣି ପାରୁଥିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/download-7.jpg)