୧୬ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ପ୍ରଥମେ ଧର୍ମ ପରିବର୍ତ୍ତନ ଏବଂ ପରେ ମୁସ୍‌ଲିମ୍‌ ଯୁବକଙ୍କୁ କରାଇଲେ ବିବାହ

ନୂଆଦିଲ୍ଲୀ : ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଜୋର ଜବରଦସ୍ତ ଜଣେ ମୁସ୍‌ଲିମ୍‌ ଯୁବକଙ୍କ ସହ ବିବାହ କରା ଯାଇଥିବା ଘଟଣା ସାମ୍ନାକୁ ଆସିଛି । ବିବାହ ପୂର୍ବରୁ ଯୁବତୀଙ୍କ ଧର୍ମ ମଧ୍ୟ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି । ଥାରପାରକରରେ ଥିବା ସଲାମ କୋଟ ଅଞ୍ଚଳରୁ ଅନୁଷା ମେଘବାର ନାମକ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିଲା । ଯାହା ପରେ ସ୍ଥାନୀୟ ମୌଲବୀଙ୍କ ସହୟତାରେ ଯୁବତୀଙ୍କ ଧର୍ମ ପରିବର୍ତ୍ତନ କରାଯାଇ ପରେ ବିବାହ କରାଯାଇଥିଲା । ଏହି ଘଟଣାରେ ସାମିଲ ଥିବା ମୌଲବୀ ପୂର୍ବରୁ ଅନେକ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରି ବିବାହ କରି ସାରିଥିବା ଜଣା ପଡ଼ିଛି ।

India Today

ସୂଚନା ମୁତାବକ, ଥାରପାରକରରେ ପ୍ରାୟତଃ ୮୦ପ୍ରତିଶତ ହିନ୍ଦୁ ଧର୍ମର ଲୋକ ବାସ କରୁଛନ୍ତି । କିନ୍ତୁ ଏଠାରେ ବାସ କରୁଥିବା ଲୋକମାନେ ସେତେଟା ଶକ୍ତିଶାଳୀ ନ ଥିବାରୁ ଅନେକ ସମୟରେ ହିନ୍ଦୁ ଧର୍ମର ଅନେକ ଝିଅ-ବୋହୂଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ ଏବଂ ଜୋର ଜବରଦସ୍ତ ବିବାହ କରିବାର ଖବର ସାମ୍ନାକୁ ଆସିଥାଏ । ପାକିସ୍ତାନରେ ରହୁଥିବା ହିନ୍ଦୁ ସମୁଦାୟ ଉପରେ ଏଭଳି ଅତ୍ୟାଚାରର ଖବର ଅନେକ ସମୟରେ ଆସିଥାଏ ।

ସମ୍ବନ୍ଧିତ ଖବର