ଗୁରୁଦାସପୁରରୁ ଗିରଫ ହେଲେ ପାକିସ୍ତାନୀ ଗୁଇନ୍ଦା

ଗୁରୁଦାସପୁର: ପଂଜାବର ଗୁରୁଦାସପୁର ଜିଲ୍ଲାରେ ଆଜି ଜଣେ ପାକିସ୍ତାନୀ ଗୁଇନ୍ଦାଙ୍କୁ ଗିରଫ କରିଛି ବିଏସ୍‌ଏଫ୍‌। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମାଠାରୁ ୨୧ କିମି ଦୂର ତିବ୍ରି କାଣ୍ଟ୍‌ ଅଞ୍ଚଳରେ ପାକିସ୍ତାନୀ ଗୁଇନ୍ଦା ଗିରଫ ହୋଇଛନ୍ତି। ଏହି ଗୁଇନ୍ଦା ଜଣଙ୍କ କରତାରପୁର କରିଡର ସଂକ୍ରାନ୍ତ ଭାରତ ପକ୍ଷରୁ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ପାକିସ୍ତାନରେ ଥିବା ତାଙ୍କ ସହଯୋଗୀଙ୍କୁ ଦେଇଥିବା ଜଣାପଡ଼ିଛି। ପାକ୍‌ ଗୁଇନ୍ଦାଙ୍କୁ ଗିରଫ କରିବାପରେ ବିଏସଏଫ୍‌ ପକ୍ଷରୁ ତାଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗୁଇନ୍ଦା ଜଣଙ୍କ ବିହାରର ବେଗୁସରାଇ ଜିଲ୍ଲା ଅଧୀନସ୍ଥ ପାରନା ଗ୍ରାମର।

ସମ୍ବନ୍ଧିତ ଖବର