ଇସ୍ଲାମାବାଦ: ପାରିବାରିକ ମର୍ଯ୍ୟାଦା ହାନିରେ ସମ୍ପୃକ୍ତ ଏକ ଘଟଣା ଯୋଗୁଁ ଉପୁଜିଥିବା ବିବାଦ ନିମନ୍ତେ ଜଣେ ଯୁବତୀଙ୍କୁ ବିବସନା କରି ଗାଁ ଦାଣ୍ଡରେ ଚଲାଇ ଥିବା କାରଣରୁ ପାକିସ୍ତାନୀ ପୁଲିସ ସାତ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।
ମଙ୍ଗଳବାର ଦିନ ପୁଲିସ ଅଧିକାରୀ ମହମ୍ମଦ ବସ୍ରାତ୍ ଖାଁ କହିଛନ୍ତି ଯେ ସନ୍ଦିଗ୍ଧଙ୍କ ପରିବାରର ଜଣେ ଯୁବତୀଙ୍କ ସହ ପୀଡ଼ିତା ଯୁବତୀଙ୍କ ଭାଇର ସ୍ନେହ ସମ୍ପର୍କ ଥିଲା। ଗତ ସପ୍ତାହରେ ଉତ୍ତରପଶ୍ଚିମ ପାକିସ୍ତାନରେ ଏ ଘଟଣା ଘଟିଛି। ସେ ଯୁବକଙ୍କ ଭଉଣୀକୁ ଅଭିଯୁକ୍ତମାନେ ବଳପୂର୍ବକ ବିବସନା କରାଇ ଗାଁ ଦାଣ୍ଡରେ ଚଲାଇ ଥିଲେ। ଘଟଣାରେ ସମ୍ପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତ ଏବେ ମଧ୍ୟ ଫେରାର ଅଛନ୍ତି।
ମୁସଲମାନ ବହୁଳ ପାକିସ୍ତାନରେ ପାରିବାରିକ ମର୍ଯ୍ୟାଦା ଏକ ସ୍ପର୍ଶକାତର ମାମଲା। ପ୍ରେମ ଏବଂ ବିବାହ ନିମନ୍ତେ ଉଦ୍ଦିଷ୍ଟ ରକ୍ଷଣଶୀଳ ନୀତିନିୟମ ଉଲ୍ଲଂଘନ କରୁଥିବାର କାରଣରୁ ବର୍ଷକୁ ୧୦୦୦ ଯୁବତୀଙ୍କୁ ସେମାନଙ୍କ ଆତ୍ମୀୟ ସ୍ୱଜନମାନେ ହତ୍ୟା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/pakistan-crime-celebrity-women-honour_314055a2-be5d-11e7-80b5-65d6945df80e.jpg)