ଇସଲାମାବାଦ: ଝିଅ ଟିକ୍ ଟକ୍ ଭିଡିଓ ବନାଉଥିବାରୁ ହତ୍ୟା କଲା ବାପା। ୧୫ ବର୍ଷୀୟା ହୀରାଙ୍କ ବାପା ସୋସିଆଲ ମିଡିଆରେ ଝିଅର ଭିଡିଓ ଦେଖି କ୍ରୋଧିତ ହୋଇଥିଲେ ଏବଂ ତାଙ୍କୁ ଭିଡିଓ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ହୀରା ଏହା ନଶୁଣିବାରୁ ତାଙ୍କୁ ତାଙ୍କ ବାପା ଓ ମାମୁଁ ମିଶି ହତ୍ୟା କରିଥିଲେ। ଘଟଣାଟି ପାକିସ୍ତାନରେ ଘଟିଥିବା ବେଳେ ଏବେ ୨ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ୨ଅଭିଯୁକ୍ତମାନେ ହେଲେ ଅନୱରୁଲ ହକ୍(ବାପା) ଓ ତୟ୍ୟବ ଅଲୀ।

Advertisment

ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ଅନୱରୁଲ-ହକ୍ ବହୁ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ଏବଂ ୩ଝିଅଙ୍କ ସହିତ ଆମେରିକା ଚାଲିଯାଇଥିଲେ। ସେଠାରେ ଝିଅ ଟିକ୍ ଟକ୍ ଭିଡିଓ ବନାଉଥିବା ଦେଖି ଏଭଳି ନକରିବାକୁ କହିଥିଲେ ଅନୱରୁଲ। ହେଲେ ଝିଅ ତାଙ୍କ କଥା ମାନିବାକୁ ରାଜି ‌ହୋଇନଥିଲେ। ଏହା ପ‌ରେ ତୟ୍ୟବଙ୍କ ସହ ହତ୍ୟା ଯୋଜନା କରି ଜାନୁଆରୀ ୧୫ତାରିଖରେ ଝିଅ ହୀରାଙ୍କ ସହିତ ପାକିସ୍ତାନ ଆସିଥିଲେ ଅନୱରୁଲ୍। ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଦୁଇ ଝିଅ ଆମେରିକାରେ ହିଁ ରହିଥିଲେ। ପାକିସ୍ତାନକୁ ଆସିବା ପରେ ଦୁହେଁ ମିଶି ହୀରାଙ୍କୁ ହତ୍ୟା କରିଥିଲେ। ଏବେ ପୁଲିସ ଦୁହିଁଙ୍କୁ ଗିରଫ କରିଥିବା ବେଳେ ଦୁହେଁ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି।