ସିଂହ ଛୁଆ ସହିତ ବିବାହରେ ଫଟୋ ସୁଟ କରିବା ନବଦମ୍ପତିଙ୍କୁ ମହଙ୍ଗା ପଡ଼ିଲା

ଲାହୋର: ପାକିସ୍ତାନର ଏକ ଦମ୍ପତି ନିଜ ବାହାଘରକୁ ସ୍ମରଣୀୟ କରିବାକୁ ଯେଉଁ ଭଳି ଉପାୟ ଆପଣାଇଥିଲେ ତାହା ଦୁହିଁଙ୍କୁ ମହଙ୍ଗା ପଡ଼ିଛି। ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପାକିସ୍ତାନ ସଂସ୍ଥା ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହି ଦମ୍ପତି ନିଜ ବାହାଘରରେ ସିଂହ ଛୁଆକୁ ନିଶା ଔଷଧ ଦେଇ ଫଟୋ ସୁଟ କରିଥିବା ଅଭିଯୋଗ ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ୱାଇଲ୍ଡ ଲାଇଫ ଡିପାର୍ଟମେଣ୍ଟ ପଞ୍ଜାବ ଏହା ଉପରେ ନୋଟିସ କରି ଦମ୍ପତିଙ୍କୁ ଖୋଜିବାକୁ ଆରମ୍ଭ କରିଛନ୍ତି।

ଅଧିକାରୀଙ୍କ କହିବାନୁଯାୟୀ, ବିବାହ ସମୟରେ ବନ୍ୟଜନ୍ତୁଙ୍କୁ ରଖାଯାଇପାରିବ କିନ୍ତୁ ବ୍ୟବସାୟିକ ଉଦ୍ଦେଶ୍ୟରେ ତାଙ୍କୁ ବ୍ୟବହାର କରାଯାଇ ପାରିବନାହିଁ। କି କୌଣସି ପ୍ରକାର ନିଶା ଔଷଧ ତାଙ୍କ ପ୍ରତି ବ୍ୟବହାର କରାଯାଇ ପାରିବ ନାହିଁ। ଏପରି କରିବା ଦଣ୍ଡନୀୟ ଅପରାଧ।

 

ଲାହୋର ସ୍ଥିତ ଏକ ଫଟୋଗ୍ରାଫି ଷ୍ଟୁଡିଓ ଅଫଜଲ ଇନଷ୍ଟାଗ୍ରାମରେ ସିଂହ ଛୁଆ ସହିତ ଦମ୍ପତି ଫଟୋ ଉଠାଇ ଥିବା ସେୟାର କରିଥିଲା। ଏହି ଫଟୋ ଭାଇରାଲ ହେବା ପରେ ଦମ୍ପତି ପ୍ରସିଦ୍ଧ ହେବାକୁ ସିଂହ ଛୁଆ ସହ ଫଟୋସୁଟ୍ କରିଛନ୍ତି ବୋଲି ଅଭିଯୋଗ ହୋଇଛି।

Bizarre prop: Lahore couple uses sedated lion cub at their wedding

ସୋସିଆଲ ମିଡ଼ିଆରେ ଏହାକୁ ନେଇ ହଙ୍ଗାମା ହେବାରୁ ଷ୍ଟୁଡିଓ ସ୍ପଷ୍ଟ କରିଥିଲା ଯେ ଶାବକକୁ କୌଣସି ଔଷଧ ଦିଆଯାଇ ଅଚେତ କରାଯାଇ ନଥିଲା ବରଂ ସୁଟିଂ ବେଳେ ଶାବକର ମାଲିକ ସେଠା‌ରେ  ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର