ଦୁଷ୍କର୍ମକାରୀକୁ ଘଣ୍ଟଘୋଡ଼ାଇଲା ପଞ୍ଚାୟତ : ପୀଡ଼ିତାଙ୍କୁ ୫୧,୦୦୦ଟଙ୍କା ଦେଇ ମାମଲା ରଫାଦଫା କରିବାକୁ କହିଲା
ଉଦୟପୁର : ରାଜସ୍ଥାନରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଦୁଷ୍କର୍ମକାରୀକୁ ବଞ୍ଚାଇବାକୁ ଯାଇ ପଞ୍ଚାୟତ ଯେଉଁ ରାୟ ଶୁଣାଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକ ମାନସିକ ବିକୃତ ଦଳିତ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ଏହାର ସମଧାନ କରିବାକୁ ଯାଇ ପୀଡ଼ିତାଙ୍କୁ ୫୧,୦୦୦ ଟଙ୍କା କ୍ଷତିପୂରଣ ଦେଇ ମାମଲା ରଫାଦଫା କରିବା ପାଇଁ ପଞ୍ଚାୟତ ନିଷ୍ପତ୍ତି ନେଇଥିଲେ । ଏହା ସହ ଏ ନେଇ ପୁଲିସରେ କୌଣସି ଅଭିଯୋଗ ନ କରିବା ଏବଂ ପୀଡ଼ିତାଙ୍କ ଡ଼ାକ୍ତରୀ ପରୀକ୍ଷା ନ କରାଇବା ପାଇଁ ପଞ୍ଚାୟତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଥିଲା । କିନ୍ତୁ ଗ୍ରାମୀଣ ମହିଳା ବିକାଶ ସଂସ୍ଥାନ ଏହି ମାମଲାରେ ହସ୍ତକ୍ଷପ କରିବା ପରେ ଏବେ ଏ ନେଇ ଏତଲା ରୁଜୁ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,ସୀତାରାମ ଜାଟ୍ ନାମକ ଜଣେ ଯୁବକ ୩୫ ବର୍ଷିୟ ଦଳିତ ଯୁବତୀଙ୍କୁ ଗାଁ ବାହାରକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଇ ଜଣ ଫେରୁଥିବା ବେଳେ ଗାଁ ଲୋକ ସନ୍ଦେହ କରି ଯୁବକଙ୍କୁ ପଚାରିବା ପରେ ସବୁ ସତ ବାହାରକୁ ଆସିଥିଲା । ଏ କଥା ପଞ୍ଚାୟତରେ ପଡ଼ିବା ପରେ ପଞ୍ଚୟତର ମୁଖିଆ ଗାଁର ସମ୍ମାନ ପାଇଁ ଏ କଥାଟି ବାହାରକୁ ନ ଆଣିବା ପାଇଁ କହିଥିଲେ । ଏହା ସହ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ୫୧,୦୦୦ଟଙ୍କା ଦେଇ ମାମଲାକୁ ରଫାଦଫା କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗ୍ରାମୀଣ ମହିଳା ବିକାଶ ସଂସ୍ଥାନ ଏନ୍ଜିଓ ପାଇଁ ଏହି ଘଟଣାର ଅଭିଯୋଗ କରାଯିବା ଅଭିଯୁକ୍ତକୁ ଗିରଫ କରିବାକୁ ପହଁଞ୍ଚିଥିଲା ପୁଲିସ । କିନ୍ତୁ ସେତେବେଳକୁ ଅଭିଯୁକ୍ତ ଜଣଙ୍କ ଫେରାର ହୋଇ ଯାଇଥିଲା । ଏବେ ସବୁ ଦିଗ ପ୍ରତି ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।