ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକଙ୍କୁ ଯୁବତୀଙ୍କୁ ଅସଦାଚରଣ କରି ତାହାର ଭିଡିଓ ଭାଇରାଲ କରିବା ମହଙ୍ଗା ପଡ଼ିଛି।

Advertisment

ଏହି ଘଟଣାଟି ହାପୁଡ଼ର ବହାଦୁରଗଡ଼ ଥାନା ଅଞ୍ଚଳରେ ଘଟିଥିବା କୁହାଯାଉଛି। ଅଭିଯୁକ୍ତ ଯୁବକ ଯୁବତୀଙ୍କୁ ଅସଦାଚରଣ କରି ତାହାର ଭିଡିଓ କରିବା ସହିତ ତାହାକୁ ଭାଇରାଲ କରିଥିବାର ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୁକ୍ତ ଜଣକ ଯୁବତୀଙ୍କ ଅନେକ ଭିଡିଓ କରିଥିଲେ। ଏହି ଭିଡିଓକୁ ଆଧାର କରି ସେ ଯୁବତୀଙ୍କୁ ଧମକ ଦେଇ ବିବାହ ପାଇଁ ଚାପ ପକାଉଥିଲେ। ଯୁବତୀ ଜଣକ ଏମିତି ନକରିବାକୁ ଯୁବକଙ୍କୁ ଅନେକଥର ବୁଝାଇଥିଲେ। ଏହାପରେ ବି ସେ ଯୁବତୀଙ୍କ ଭିଡିଓ ଭାଇରାଲ କରି ଦେଇଥିଲେ।

ଯୁବତୀ ଏହି ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ସୂଚନା ଦେଇଥିଲେ। ଅଭିଯୁକ୍ତ ଓ ପୀଡିତା ଆଖପାଖ ଅଞ୍ଚଳର ଥିବା ବେଳେ  ଏହି ଘଟଣାକୁ କେନ୍ଦ୍ର କରି ପଞ୍ଚାୟତ ଡକାଯାଇଥିଲା। ଏହି ପଞ୍ଚାୟତ ଯୁବତୀଙ୍କୁ ଯୁବକଙ୍କୁ ମାଡ଼ ମାରିବାକୁ ଅନୁମତି ଦେଇଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ଯୁବକ ଗାଲରେ ଚପଲରେ ୧୫ଥର ପିଟିବାକୁ  ଯୁବତୀଙ୍କୁ ଅନୁମତି ଦେଇଥିଲା ପଞ୍ଚାୟତ।

ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୁଲିସର ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ବ୍ୟବହାରକାରୀ ଏହି ଘଟଣାକୁ ନେଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।