ପରିବା ଭାବି ବ୍ୟକ୍ତି ଚୋବାଇ ଖାଇ ଦେଲେ ମୂଷା ମୁଣ୍ଡ

ନୂଆଦିଲ୍ଲୀ: ସ୍ପେନର ଜଣେ ବ୍ୟକ୍ତି ଖାଦ୍ୟର କିଛି ଖଣ୍ଡ ଭାବି ମୂଷାମୁଣ୍ଡକୁ ଚୋବାଇ ଖାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ତାଙ୍କୁ ଏହି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ସେ ଫ୍ରାନ୍ସର ସୁପରମାର୍କେଟ ବିରୋଧରେ ଅଭିଯୋଗ କରିଥିଲେ।

ବ୍ରିଟେନର ୱେବସାଇଟ ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଜଣେ ବ୍ୟକ୍ତି  ଫ୍ରାନ୍ସିସୀ ସୁପରମାର୍କେଟରୁ ଫ୍ରୋଜନ ପରିବା ଓ ଆଳୁ କିଣିଥିଲେ। ଘରେ ପହଞ୍ଚି ଏହାର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଖାଦ୍ୟ ପ୍ରସ୍ତୁତ କରି ଖାଇବା ସମୟରେ ସେଥିରେ କଳା ରଙ୍ଗର ଏକ ସାମଗ୍ରୀ ଦେଖିବାକୁ ପାଇଥିଲେ। ଏହାକୁ ସେ ଅଣଦେଖା କରି ଆଟିଚୋକ ଭାବି ଖାଇ ଦେଇଥିଲେ।

ସ୍ବାଦରେ ତାଙ୍କୁ ଭିନ୍ନ ଲାଗିବାରୁ ସେ ଓଗାଳି ଦେଇଥିଲେ। ଆଉ ତାହା ଏକ ମୂଷାର ମୁଣ୍ଡ ଥିବା ଦେଖିବାକୁ ପାଇଥିଲେ। ଏହାପରେ ପରେ ଫ୍ରାନ୍ସିସୀ ସୁପରମାର୍କଟେ ବିରୋଧରେ ମାମଲା ରୁଜୁ କରିଥିଲେ।

ବ୍ୟକ୍ତିଙ୍କ ଅଭିଯୋଗ ପରେ ସୁପର‌ମାର୍କେଟ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ଦେଇଛି। ଯଦି ବ୍ୟକ୍ତିଙ୍କ ଅଭିଯୋଗ ସତ ସାବ୍ୟସ୍ତ ହୁଏ ସେ ନିଜର କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବୋଲି କହିଛି।

ସମ୍ବନ୍ଧିତ ଖବର