ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜନପଦ ମୁରାଦାବାଦ ଥାନା ମଝୋଲା ପୁଲିସ ଷ୍ଟେସନ ଅଞ୍ଚଳସ୍ଥ ମିଆଁ କଲୋନିରେ ଜଣେ ଯୁବକଙ୍କୁ ପଞ୍ଝା ଲଢ଼େଇ କରିବା ମହଙ୍ଗା ପଡ଼ିଲା। ପଞ୍ଝା ଲଢ଼େଇ କରିବା ସମୟରେ ଯୁବକଙ୍କ ହାତ ଭାଙ୍ଗି ଯାଇଛି। ଆହତ ଯୁବକଙ୍କ ନାମ କାସିମ ଥିବା ଜଣାରପଡ଼ିଛି।
ସୂଚନାଯୋଗ୍ୟ,ଗତ ରବିବାର ରାତିରେ କାସିମ ନାମକ ଯୁବକ ୧୦,୦୦୦ ଟଙ୍କା ସର୍ତ୍ତ ଲଗାଇ ପଞ୍ଝା ଲଢ଼େଇ କରିଥିଲେ। ଏହି ଲଢ଼େଇ ସମୟରେ ଅସାବଧାନତା ବଶତଃ କାସିମଙ୍କ ହାତ ଭାଙ୍ଗି ଯାଇଥିଲା। ଏହି ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।
ପଞ୍ଝା ଲଢ଼େଇ କରିଥିବା କାସିମ ଓ ଅନ୍ଯ ଜଣେ ଯୁବକଙ୍କ ମଧ୍ୟରେ ୬୦ ହଜାର ଟଙ୍କାର ବୁଝାମଣା ହୋଇଯାଇଥିଲା। ଚିକିତ୍ସା ପାଇଁ କାସିମକୁୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାସିମଙ୍କ ହାତ ଭାଙ୍ଗିବାର ଲାଇଭ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଘଟଣାର ଭିଡିଓ ଦେଖିବାପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।