ଅନୈତିକ ସମ୍ପର୍କ ରଖି ବ୍ଲାକମେଲିଂ କରୁଥିବା ଯୁବତୀଙ୍କ ତଣ୍ଟି କାଟି ହତ୍ୟା କଲେ ଯୁବକ

କୋଲକାତା: ପରକୀୟା ପ୍ରୀତି ଜଣେ ବିବାହିତା ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ନିଜେ ବିବାହିତା ହୋଇଥିବା ସତ୍ତ୍ୱେ ଜଣେ ୨୮ ବର୍ଷୀୟ ଅବିବାହିତ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ରଖିବା, ଏହି ପ୍ରେମ ସମ୍ପର୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ଯୁବକଙ୍କୁ ବ୍ଲାକ୍‌ ମେଲିଂ କରୁଥିବା ଏହି ବିବାହିତା ମହିଳାଙ୍କୁ ଏଥିପାଇଁ ଜୀବନ ଦେବାକୁ ପଡ଼ିଛି। ଯୁବକ ଜଣକ ଏକ ଧାରୁଆ ଛୁରିରେ ଯୁବତୀଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛନ୍ତି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଣ୍ଡାମାନ୍‌ର ପୋର୍ଟ ବ୍ଳେୟାରରେ ସଞ୍ଜୟ ମିସ୍ତ୍ରୀ(୨୮ ବର୍ଷ) ନାମକ ଜଣେ ଯୁବକ ଚାକିରି କରନ୍ତି। ମାତ୍ର ତାଙ୍କର କୋଲକାତାର ଦମଦମ୍‌ ରୋଡ୍‌୍‌ ଚିତପୁରରେ ଥିବା ଘର ପାଖର ପଡୋଶୀ ରାଧା ଘୋଷ (୩୦ ବର୍ଷ) ନାମକ ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରାଧା ଘୋଷ ଓ ସଞ୍ଜୟଙ୍କ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ବିଷୟରେ ରାଧାଙ୍କ ସ୍ୱାମୀ ପ୍ରଦୀପ ଘୋଷ ସବୁ ଜାଣିଥିଲେ ଓ ରାଧା ତାଙ୍କ ସ୍ୱାମୀଙ୍କ ଜ୍ଞାତସାରରେ ସଞ୍ଜୟଙ୍କ ସହିତ ଅନୈତିକ ସମ୍ପର୍କ ରଖି ଥିଲେ ବୋଲି ଗିରଫ ସଞ୍ଜୟ କହିଛନ୍ତି। ତେବେ କିଛି ଦିନ ଏହିପରି ସମ୍ପର୍କ ରଖିବା ପରେ ରାଧା ତାଙ୍କୁ ବ୍ଲାକ୍‌ ମେଲିଂ କରି ଟଙ୍କା ଆଦାୟ କରିଥିଲେ। ଦିନକୁ ଦିନ ରାଧାଙ୍କର ଲୋଭ ବଢ଼ିଥିଲା ଓ ସେ ଅଧିକ ଟଙ୍କା ସଞ୍ଜୟଙ୍କ ଠାରୁ ଦାବି କରିଥିଲେ।ଏଥିରେ ବ୍ୟତିବ୍ୟସ୍ତ ହୋଇ ସଞ୍ଜୟ ରାଧାଙ୍କୁ ଜୀବନରୁ ମାରି ଦେବାକୁ ନିଷ୍ପତ୍ତି ନେଇଥିଲେ। ଗତ ଗୁରୁବାର ରାତି ପ୍ରାୟ ୯ଟା ୩୦ ସମୟରେ ଯେତେବେଳେ ରାଧାଙ୍କ ସ୍ୱାମୀ ପ୍ରଦୀପ ଘୋଷ ଖାଦ୍ୟ ଆଣିବା ପାଇଁ ହୋଟେଲକୁ ଯାଇଥିଲେ ସେହି ସମୟରେ ସଞ୍ଜୟ ରାଧାଙ୍କ ପାଖରେ ପହଞ୍ଚି ତାଙ୍କ ତଣ୍ଟିକୁ ଏକ ଛୁରିରେ କାଟି ହତ୍ୟା କରିବା ପରେ ପଳାଇ ଯାଇଥିଲେ ବୋଲି ଅଭିଯୁକ୍ତ ସଞ୍ଜୟ ପୁଲିସ ନିକଟରେ ସ୍ୱୀକାର କରିଛି।
ପୁଲିସ କହିଛି ଯେ ଯେତେବେହେଳ ପ୍ରଦୀପ ଘୋଷ ଖାଦ୍ୟ ନେଇ ହୋଟେଲରୁ ଫେରିଲେ, ସେତେବେଳେ ତାଙ୍କ ପତ୍ନୀ ରାଧାଙ୍କ ରକ୍ତ ଜୂଡ଼ୁବୁଡ଼ୁ ମୃତ ଦେହ ଦେଖି ପଡୋଶୀମାନଙ୍କ ଡାକ ପକାଇଥିଲେ ଓ ପୁଲିସକୁ ସୂଚନା ଦେଇଥିଲେ। ବିଭିନ୍ନ ଦିଗରୁ ତଦନ୍ତ କରାଯାଇ ମହିଳାଙ୍କ ଘର ପାଖରେ ରହୁଥିବା ସଞ୍ଜୟ ମିସ୍ତ୍ରୀଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ମହିଳାଙ୍କ ଘର ପରିସରରୁ ହତ୍ୟକୋଣ୍ଡରେ ବ୍ୟବହୃତ ଛୁରିକୁ ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର