ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଫଗି ତହସିଲ ଗ୍ରାମରେ ଏକ ଲୋମଟଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ବଦନାମ୍‌ ଭୟରେ ପିତା-ମାତା ନିଜର ୧୫ବର୍ଷ ଝିଅକୁ ଜୀଅନ୍ତା ଜଳାଇ ଘର ପଛପଟେ ଲୁଚାଇ ଦେଇଥିଲେ।

Advertisment

ଫଗିର ଶଙ୍କରପୁରା ଗ୍ରାମରେ ଶୁକ୍ରବାର ଏକ ନାବାଳିକାକୁ ଜୀଅନ୍ତା ଜଳାଇ ଦେବା ଖବର ମିଳିଥିଲା। ଏକ ଅଜଣା ଫୋନ୍‌ କଲ୍‌ ପରେ ପୁଲିସ ଓକିଲ ଗୋପାଳ ଗୋସ୍ୱାମୀ ଓ ପତ୍ନୀ ପରମା ଦେବୀଙ୍କୁ ପାଖରେ ତାଙ୍କ ଝିଅ ବିଷୟରେ ପଚରାଉଚରା ପାଇଁ ପହଞ୍ଚିଥିଲେ। ପୁଲିସ ପଚରାଉଚରା ସମୟରେ ଗୋପାଳ ଗୋସ୍ୱାମୀ ଓ ପତ୍ନୀ ପରମା ଦେବୀ ପ୍ରଥମେ କହିଥିଲେ, ଝିଅର କ୍ଲାସ୍‌ରେ କ ଅଙ୍କ ଆସିଥିଲା, ଏହାପରେ ଆମେ ତାକୁ ଗାଳିଗୁଲଜ କରିଥିଲୁ। ଏଥିରେ ସେ ରାଗି ଯାଇ ନିଜ ଦେହରେ ନିଆଁ ଲଗାଇ କି ଆତ୍ମହତ୍ୟା କରି ଦେଇଥିଲା। ଏହାପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଛାନ୍‌ଭିନ୍‌ରୁ ଜଣାପଡ଼ିଥିଲା କି ଝିଅର ପିତା-ମାତା ହିଁ ତାକୁ ଜଳାଇ ପୋତି ଦେଇଛନ୍ତି।

ରାଜସ୍ଥାନ ହାଇକୋର୍ଟରେ ଓକିଲ ନେପାଳ ଗୋସ୍ୱାମୀ ପୁଲିସ ନିକଟରେ ନିଜ ଦୋଷ ସ୍ୱୀକାର କରିଥିଲେ। ଗୋସ୍ୱାମୀଙ୍କ କହିବାନୁସାରେ, ସେ ଝିଅର କାମକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ। ପୂରା ଗ୍ରାମରେ ଝିଅର ଚରିତ୍ରକୁ ନେଇ ଅନେକ ଟାହି ଟାପରା ଶୁଣିବାକୁ ମିଳୁଥିଲା। ଏହି ଟାହି ଟାପରା ଆଉ ନଶୁଣି ପାରିବାରୁ ଝିଅକୁ ପୋଟ୍ରାଲ ଢ଼ାଲି ମାରି ଦେଇଥିଲୁ।