ଲଣ୍ଡା କରିବା ସମୟରେ ମୁଣ୍ଡରୁ ଖସିଲା ସୁନା

ନୂଆଦିଲ୍ଲୀ: ବିଦେଶରୁ ସୁନା ଚୋରା ଚାଲାଣ ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦରରେ କଡ଼ା ଯାଞ୍ଚ କରାଯାଉଛି। କଡ଼ା ଯାଞ୍ଚ ଯୋଗୁଁ ଚୋରା ଚାଲାଣକାରୀମାନେ ବି ନୂଆନୂଆ ପଦ୍ଧତି ଆପଣାଉଥିବା ଦେଖିବାକୁ ମିଳୁଛି।

ଚେନ୍ନାଇ ବିମାନବନ୍ଦରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ସୁରକ୍ଷାକର୍ମୀମାନେ ବିମାନବନ୍ଦରରେ ଓହ୍ଲାଉଥିବା ଯାତ୍ରୀଙ୍କର ତଲାସି କରୁଥିଲେ। ଏହି ସମୟରେ ସେମାନଙ୍କୁ  ଦୁଇଜଣ ଯାତ୍ରୀଙ୍କ ଉପରେ ସନ୍ଦେହ ହୋଇଥିଲା ତେଣୁ ଉଭୟଙ୍କ କେଶ କଟାଯାଇଥିଲା। କେଶ କାଟିବା ପରେ ଯେଉଁ ଘଟଣା ଘଟିଥିଲା ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୂଚନାଯୋଗ୍ୟ,୨ଜଣ ଯାତ୍ରୀ ମୁଣ୍ଡରେ ୱିଗ ପିନ୍ଧିଥିଲେ। ତା’ ତଳେ ସୁନାକୁ ଲେପ ଦେଲାପରି ଖଞ୍ଜିଥିଲେ। ଉଭୟଙ୍କ କେଶ କଟାଯିବା ମାତ୍ରେ ସୁନା ଗଳିବାକୁ ଲାଗିଥିଲା। ଏହି ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କଷ୍ଟମ ଅଧିକାରୀମାନେ ଏହି ଘଟଣାରେ ଆହୁରି ୭ଜଣ ଯାତ୍ରୀଙ୍କୁ କାବୁ କରିଥି‌ଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୁଣ୍ଡରୁ ସୁନା ଏବଂ ୪ଜଣଙ୍କ ମୁଣ୍ଡରୁ ବିଦେଶୀ ମୁଦ୍ରା ଜବତ କରିଥିଲେ। ଏହିପରି ୧୪ଜଣ ଯାତ୍ରୀ ଚୋରା ଚାଲାଣ ମାମଲାରେ ଧରାପଡ଼ିଛନ୍ତି। ମାତ୍ର ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୨.୫କୋଟିରୁ ଊର୍ଧ୍ବ ମୂଲ୍ୟର ସୁନା ଏବଂ ୨୪ଲକ୍ଷ ମୂଲ୍ୟର ବିଦେଶୀ ମୁଦ୍ରା ଜବତ କରାଯାଇଛି।

 

ସମ୍ବନ୍ଧିତ ଖବର