ଏହି କାରଣରୁ ପ୍ରସବ ଯନ୍ତ୍ରଣା ହେଉଛି କେହି ବିମାନକୁ ଜରୁରୀ ଅବତରଣ କରିଥିଲେ ମହିଳା

ନୂଆଦିଲ୍ଲୀ: ବୁଧବାର ସ୍ପେନର ବର୍ସିଲୋନା ବିମାନବନ୍ଦରରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ମୋର‌କ୍କୋରୁ ତୁର୍କି ଯାଉଥିବା ବିମାନରେ ଜଣେ ଗର୍ଭବତୀ ମହିଳା କହିଥିଲେ କି ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଛି। ତେଣୁ ଜରୁରୀକାଳିନ ଭାବେ ବିମାନକୁ ଅବତରଣ କରାଯାଉ। ତେବେ ଯାଞ୍ଚରୁ ଜଣାପଡ଼ିଛି କି ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇ ନଥିଲା, ସେ ମିଥ୍ୟା କହି ଏପରି ଘଟଣା ଘଟାଇଥିଲେ। ଫଳରେ ବିମାନରେ ଥିବା ୨୮ଜଣ ଯାତ୍ରୀ ବମାନବନ୍ଦରରୁ ଚାଲି ଯାଇଥିଲେ।

ମୋରକ୍କୋ ଓ ସ୍ପେନ ମଧ୍ୟରେ ପ୍ରବାସୀଙ୍କ ସଙ୍କଟ ଥମିବାର ନାମ ନେଉନାହିଁ। ଗତ ବୁଧବାର ଆଫ୍ରିକା ଦେଶର ମୋର‌କ୍କୋରେ ପ୍ରବାସୀ ସ୍ପେନରେ ପ୍ରବେଶ କରିବା ପାଇଁ ଏକ ବିମାନକୁ ଜରୁରୀକାଳିନ ଅବତରଣ କରି ବିମାନବନ୍ଦରରୁ ଫେରାର ହେବାରେ ସଫଳ ହୋଇଥିଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ବିମାନ ଜରୁରୀକାଳିନ ଅବତରଣ କରିବା ପରେ ଯେତେବେଳେ ଆମ୍ବୁଲାନ୍ସ ଓ ପୁଲିସ ଦଳ ଗର୍ଭବତୀ ମହିଳାଙ୍କୁ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ, ସେହି ସମୟରେ ବିମାନରେ ଥିବା ୨୨୮ଜଣ ଯାତ୍ରୀଙ୍କ ମଧ୍ୟରୁ ୨୮ଜଣ ଥିବା ଏକ ଦଳ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏଥିମଧ୍ୟରୁ ୧୪ଜଣ ଯାତ୍ରୀ ଫେରାର ହେବାରେ ସଫଳ ହୋଇଥିବା ବେଳେ ୧୪ଜଣଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା କରୁଛି। ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲେ ହେଁ ତାଙ୍କର କୌଣସି ପ୍ରସବ ଯନ୍ତ୍ରଣା ହେଉନାହିଁ ବୋଲି ଡାକ୍ତର କହିଥିଲେ। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର