ନୂଆଦିଲ୍ଲୀ: ବିଶ୍ବ ଧରୋହର ମହାବୋଧି ମନ୍ଦିରର ସୁରକ୍ଷା ପାଇଁ ଅନେକ ମହିଳା କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି। ତେବେ ଡିୟୁଟି ସମୟରେ ଫୋନ ଧରିବାକୁ ନେଇ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ।

Advertisment

ଏହାର ଫାଇଦା ଉଠାଇ ଦୁଇଜଣ ପୁଲିସ କର୍ମଚାରୀ ଡିୟୁଟିରେ ଥିବା ସମୟରେ ରିଲ୍ସ କରିଥିଲେ। ଏହି ରିଲ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ  ଇନଷ୍ଟାଗ୍ରାମରେ ଡିସେମ୍ବର ୨ ତାରିଖରେ ପୋଷ୍ଟ ହୋଇଥିଲା। ପୋଷ୍ଟ ହେବାପରେ ଭିଡିଓ  ଭାଇରାଲ ହୋଇଯାଇଥିଲା।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ମହିଳା କନଷ୍ଟେବଳ ଗୀତର ତାଳେତାଳେ ନାଚିନାଚି ରିଲ୍ସ କରୁଛନ୍ତି।

ଏହି ଘଟଣାକୁ ନେଇ ମହାବୋଧି ମନ୍ଦିରର ସୁରକ୍ଷା ଅଧିକାରୀ କହିଛନ୍ତି, ‘ଭାଇରାଲ ଭିଡିଓକୁ ନେଇ ଆମ ପାଖରେ କୌଣସି ପ୍ରକାର ସୂଚନା ନାହିଁ। ଆମ ଜାଣିବାରେ ଭିଡିଓରେ ଦେଖିବାକୁ ମିଳୁଥିବା ଦୁଇଜଣ ମହିଳା କନଷ୍ଟେବଳ ମହାବୋଧି ମନ୍ଦିରରେ ନିୟୋଜିତ ନାହାନ୍ତି।’

ସୁରକ୍ଷା ଦୃଷ୍ଟିକୋଣରୁ ମହାବୋଧି ମନ୍ଦିରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ସାଧାରଣଲୋକଙ୍କୁ ମୋବାଇଲ ନେଇ ଯିବାର ଅନୁମତି ନାହିଁ। ନିକଟରେ ଜଣେ ବୌଦ୍ଧ ଶ୍ରଦ୍ଧାଳୁ ମହାବୋଧି ମନ୍ଦିର ପରିସରରେ ଫେସବୁକ ଲାଇଭ କରିଥିଲେ।

ଏହି ଘଟଣାକୁ କେନ୍ଦ୍ର କରି ଗୟା ଜିଲ୍ଲାପାଳ ଏସଏମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି  ବୌଦ୍ଧ ଶ୍ରଦ୍ଧାଳୁଙ୍କ ମ‌ୋବାଇଲ ଜବତ କରି ତାଙ୍କ ନାମରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ମହିଳା କନଷ୍ଟେବଳ ଡିୟୁଟି ସମୟରେ ରିଲ୍ସ କରିବା ଘଟଣାକୁ ଗମ୍ଭୀରତା ସହ ନିଆଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି।