ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଅଭୟକାନ୍ତ ଏବଂ ପୁଅ ଆକାଶ ପାଠକ

ଭୁବନେଶ୍ବର: କୋର୍ଟରେ ହାଜର ହେଲେ ପାଠକ ବାପ-ପୁଅ । ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟରେ ହାଜର ହେଲେ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ। ଆକାଶଙ୍କ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି। ଏହା ସହ ୬୫ ଲକ୍ଷ ଠକେଇ ମାମଲାରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି । ଟଙ୍କା ଠକେଇ ନେଇ ଖାରବେଳ ଥାନାରେ ମାମଲା ରହିଛି । ଆକାଶଙ୍କ ବିରୋଧରେ ୪୧୯, ୪୨୦, ୪୬୮, ୪୭୧ ୫୦୬, ୩୪ ଆଇପିସି ଦଫା ଲାଗିଛି । ଭିଜିଲାନ୍ସ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିଲେ ଅଭୟକାନ୍ତ ପାଠକ ଏବଂ ଆକାଶ ପାଠକ ।

କୋର୍ଟରେ ହାଜର ବେଳେ ଆକାଶ ପାଠକ କହିଛନ୍ତି ଯେ ତାଙ୍କ ପାଖରେ ସବୁ ପ୍ରମାଣ ଅଛି, ସେ କୋର୍ଟକୁ ଦେବେ । ଏହା ସହ ସେ କାହାକୁ ଠକି ନଥିବା କହିଛନ୍ତି । ସେପଟେ ଆକାଶ ପାଠକଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଝାରପଡା ଜେଲରୁ ଆକାଶଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟକୁ ନିଆଯିବ ।

ସମ୍ବନ୍ଧିତ ଖବର