ରୋଗୀଙ୍କୁ ଏକ୍ସରେ ରୁମ୍‌କୁ ବେଡସିଟ୍‌ରେ ଘୋଷାଡି ଘୋଷାଡି ନିଆଗଲା: ଭିଡିଓ ହେଲା ଭାଇରାଲ୍‌

ଭୋପାଳ: ମଧ୍ୟପ୍ରଦେଶର ଜବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ (ଏନ୍‌ଏସ୍‌ସିବି)ରେ ରୋଗୀଙ୍କ ପ୍ରତି ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଏକ ଭିଡିଓ ବି ଭାଇରାଲ ହୋଇଛି। ଯେଉଁଥିରେ ରୋଗୀଙ୍କୁ ଏକ୍ସରେ ରୁମ୍‌ ପର୍ଯ୍ୟନ୍ତ ବେଡସିଟ୍‌ରେ ଘୋଷାଡି ଘୋଷାଡି ନିଆଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ହସ୍‌ପିଟାଲ୍‌ରେ ଉତ୍ତେଜନା ଦେଖା ଦେଇଥିଲା।

ଏନ୍‌ଏସ୍‌ସିବି ମେଡିକଲ କଲେଜରେ ଡାକ୍ତର ନବନୀତ ସକସେନାଙ୍କ କହିବାନୁସାରେ, ଏହି ଘଟଣାରେ ୩ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏଥିସହିତ ହସ୍‌ପିଟାଲ୍‌ ପ୍ରଶାସନ ମାମଲାର ଯାଞ୍ଚ କରିଛନ୍ତି। ଦୋଷୀ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ହସ୍‌ପିଟାଲ୍‌ରୁ ପୂର୍ବରୁ ବି ଏଭଳି ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ଦାମୋହ ଜିଲ୍ଲା ହସ୍‌ପିଟାଲ୍‌ରେ ଜୁନ୍‌ ୨୪ ବିଜୁଳି ନଥିଲା। ଏହି ସମୟରେ ଆଇସିୟୁରେ ରୋଗୀଙ୍କ ଚିକିତ୍ସା ମହମବତୀ ଜରିଆରେ କରାଯାଇଥିଲା। ରୋଗୀଙ୍କ କହିବାନୁସାରେ ହସ୍‌ପିଟାଲ୍‌ରେ ଲାଇଟ୍‌ର କୌଣସି ବ୍ୟବସ୍ଥା ନଥିଲା। ନା ଜେନେରେଟର ଥିଲା, ଯେଉଁଥି ପାଇଁ ଏଭଳି ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର