ଆଲହାବାଦ: ରାଜସ୍ଥାନରେ ଭାମାଶାହ ଯୋଜନା ଜରିଆରେ ଅନେକ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଉଛି। କିନ୍ତୁ ରୋଗୀଙ୍କ ରୋଗ ଦୂର ହେବା ବଦଳରେ ବଢ଼ି ଯାଉଥିବା ଖବର ମିଳିଛି। ଘରୋଇ ହସ୍ପିଟାଲ ଦ୍ୱାରା ରୋଗୀଙ୍କ ଜୀବନ ସହିତ ଖେଳୁଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ରୋଗୀଙ୍କ ଗୋଡ ବଦଳରେ ତାଙ୍କ କାନର ଅସ୍ତ୍ରୋପଚାର କରି ଭାମାଶାହା ଯୋଜନା ଜରିଆରେ ସରକାରି ରାଶି ବି ଉଠାଇ ନିଆଯାଇଛି।
ଏମିତି ଏକ ମାମଲା ରାଜସ୍ଥାନର ଝାଲାଓ୍ଵାଡ ଜିଲ୍ଲାରେ ଘଟିଛି। ବରେଡିରେ ବସବାସ କରୁଥିବା ଦେବରାଜଙ୍କ ଅଭିଯୋଗ ଅନୁସାରେ, ୮୦ବର୍ଷୀୟ ପିତା ଜଗନ୍ନାଥ ଗୁର୍ଜରଙ୍କ ଆଣ୍ଠୁରେ ଯନ୍ତ୍ରଣା ଥିଲା। ୨୦୧୯ ମାଇ ୧୩ ତାରିଖରେ ବରେଡି ଅଙ୍ଗନବାଡି କେନ୍ଦ୍ରରେ ଜୟପୁରର ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ଶିବିର ଲଗା ଯାଇଥିଲା। ସେଠାକୁ ଜଗନ୍ନାଥଙ୍କୁ ନିଆ ଯାଇଥିଲା।
/sambad/media/post_attachments/wp-content/uploads/2019/05/images-1-17.jpg)
ସେହିପରି ଝାଲାବାଡ ଜିଲ୍ଲାରେ ଢ଼ାପି ଶିବନଗର ନିବାସୀ ରାମଲାଲ ବେରଓ୍ଵା ସରୋଲାଙ୍କ କାନରେ ଚର୍ମ ରୋଗ ଥିଲା। ମଇ ୧୦ରେ ଢ଼ାପିର ଅଙ୍ଗନବାଡି କେନ୍ଦ୍ରରେ ଲଗା ଯାଇଥିବା ଶିବିରରେ ରାମଲାଲ ପହଞ୍ଚି ଥିଲେ। ଏଠାରୁ ଦୁହିଁଙ୍କୁ ଚିକିତ୍ସକ ଜୟପୁର ନେଇଥିଲେ। ସେଠାରେ ଦୁଇଜଣଙ୍କ କାନର ଅସ୍ତ୍ରୋପଚାର କରି ଦେଇଥିଲେ। ଜଗନ୍ନାଥଙ୍କୁ କାନର ଅସ୍ତ୍ରୋପଚାର ଆବଶ୍ୟକ ନଥିଲା, କିନ୍ତୁ ରାମଲାଲଙ୍କ କାନର ଅସ୍ତ୍ରୋପଚାର ପରେ ତାଙ୍କ କାନ ପାଚିବାକୁ ଲାଗିଛି।