ନୂଆଦିଲ୍ଲୀ: ସମସ୍ତିପୁର ଜିଲ୍ଲାର ସାରାୟ ରଞ୍ଜନ ଅଞ୍ଚଳସ୍ଥ ବଥୁଆରେ ଥିବା ଏକ ପ୍ରାଇମେରୀ ସ୍କୁଲର ଶିକ୍ଷୟିତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ଦେଖି ଲୋକେ ପିଲାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। ଭିଡିଓ ତିନିଚାରିଦିନ ପୂର୍ବର ବୋଲି କୁହାଯାଉଛି।
ବଥୁଆ ବରେୟ ଟୋଲ ପ୍ରାଇମେରୀ ସ୍କୁଲରୁ ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି. ଜଣେ ଶିକ୍ଷୟିତ୍ରୀ ଚୌକିରେ ବସିଛନ୍ତି। ଏହି ସମୟରେ ଆଉ ଜଣେ ଶିକ୍ଷୟିତ୍ରୀ ଚଟାଣରେ ଶୋଇପଡ଼ିଛନ୍ତି। ଆଉ ତାଙ୍କ ପାଖରେ ତିନିଜଣ ଛାତ୍ରୀବସି ମାଲିସ କରୁଛନ୍ତି। ତେବେ ସ୍ଥାନୀୟଗ୍ରାମବାସୀ ଏହି ଦୃଶ୍ୟର ଭିଡିଓ କରି ଦେଇଥିଲେ।ଏହାପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।
ଏହି ଭିଡିଓକୁ ନେଇ ସ୍କୁଲର ପିଲା ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ କହିଛନ୍ତି, ଶିକ୍ଷୟିତ୍ରୀ ସୁନୀଲା କୁମାରୀ ସ୍କୁଲ ଆସିଥିଲେ। କିନ୍ତୁ ହଠାତ ତାଙ୍କ ସ୍ବାସ୍ଥ୍ୟ ଖରାପ ଲାଗିବାରୁ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସାହାଯ୍ୟରେ ଉଠାଇ କମନ ରୁମକୁ ନିଆଯାଇଥିଲା।
समस्तीपुर : क्लास में सो रही थी शिक्षिका, बच्चियां कर रही थीं मालिश, सोशल मीडिया पर वीडियो वायरल | pic.twitter.com/6AGbZkazly
— News18 Bihar (@News18Bihar) July 18, 2023
ତେବେ ଏହି ଭିଡିଓର ସତ୍ୟତା କ’ଣ ତାହାର ଯାଞ୍ଚ ପାଇଁ ଦାବି କରାଯାଉଛି। ଯଦି ଶିକ୍ଷୟିତ୍ରୀଙ୍କ ସ୍ବାସ୍ଥ୍ୟ ଖରାପ ଲାଗି ଅଚେତ ହୋଇପଡ଼ିଲେ ତେବେ ପାଖରେ ଥିବା ଅନ୍ୟ ଶିକ୍ଷୟିତ୍ରୀ କେମିତି ଚୌକିରେ ଚୁପଚାପ ବସିଛନ୍ତି? ଯଦି ସେମିତି କିଛି ସ୍ଥିତି ଥିଲା ସେ ତ ବିଚଳିତ ହୋଇପଡ଼ିବା କଥା। କିନ୍ତୁ ସେ ତ ତାଙ୍କ ଚୌକିରେ ସ୍ବାଭାବିକ ଭାବେ ବସିଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।