ମୁମ୍ବାଇ : ଦିନ ବିତିବା ସହ ଡ଼ାକ୍ତର ପାୟଲ ତଡ୍‌ବୀଙ୍କ ଆତ୍ମହତ୍ୟାକୁ ନେଇ ଗୋଟେ ପରେ ଗୋଟେ ନୂଆ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି । ଏବେ ପାୟଲଙ୍କ ଆତ୍ମହତ୍ୟା ପରେ ଦାୟୀ ଥିବା ୩ଜଣ ମହିଳା ଡ଼ାକ୍ତର ରୁମ୍‌କୁ ଆସି ପାୟଲଙ୍କ ସୁଇସାଇଡ୍‌ ନୋଟ୍‌କୁ ନଷ୍ଟ କରି ଦେଇଥିଲେ ବୋଲି କହିଛି ମୁମ୍ବାଇ ପୁଲିସ । ଆତ୍ମହତ୍ୟା ପୂର୍ବରୁ ପାୟଲ ୩ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ଲେଖିବା ସହ ତାହାର ଫଟୋ ନିଜ ଫୋନରେ ଉଠାଇଥିଲେ । କିନ୍ତୁ ୩ଜଣ ଅଭିଯୁକ୍ତ ୩ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ନଷ୍ଟ କରିବା ସହ ଫୋନରୁ ଫଟୋ ହଟାଇ ଦେଇଥିଲେ । ଯାହାକୁ ଏବେ ଫରେନସିକ୍‌ ଏକ୍ସପର୍ଟମାନେ ପୁଣି ଥରେ ପାଇ ପାରିଥିବା ଜଣା ପଡ଼ିଛି ।

Advertisment

publive-image MyMahanagar

ସୂଚନ ମୁତାବକ, ମୁମ୍ବାଇରେ ଥିବା ବିଓ୍ଵାଇଏସ୍‌ ନାୟର ହସ୍ପିଟାଲ ଆଣ୍ଡ ମେଡିକାଲ କଲେଜରେ କାମ କରୁଥିବା ୨୬ବର୍ଷୀୟ ପାୟଲ ମେ’୨୨ରେ ନିଜ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିିଥିଲେ । ପରେ ତାଙ୍କର ୩ଜଣ ସହଯୋଗୀ ଜାତିକୁ ନେଇ ସମାଲୋଚନା କରୁଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣା ପଡ଼ିଥିଲା । ଯାହା ପରେ ୩ଜଣଙ୍କୁ ମେ’୨୯ରେ ଗିରଫ କରିଥିଲା ମୁମ୍ବାଇ ପୁଲିସ ।