ଘରୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ, ପିଅନ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ପ୍ରମୁଖ ଘରୋଇ ମେଡିକାଲ କଲେଜର ଜଣେ ପ୍ରଥମ ବର୍ଷ ଏମବିବିଏସ ଛାତ୍ରୀଙ୍କୁ ସେହି ମେଡିକାଲ କଲେଜର ଜଣେ ପିଅନ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏକୁଟିଆ ଯାଉଥିବା ଛାତ୍ରୀଙ୍କୁ ଦେଖି କଲେଜ୍‌ରେ ଛାଡ଼ି ଦେବା ଆଳ ଦେଖାଇ ପିଅନ ଜଣକ ତାଙ୍କୁ ଗତକାଲି ରାତିରେ ଦୁଷ୍କର୍ମ କରିଥିବା ଜଣାପଡ଼ିବା ପରେ କଲେଜ କର୍ତ୍ତୃପକ୍ଷ ଏ ନେଇ ସଙ୍ଗେ ସଙ୍ଗେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ କଲେଜରେ ପହଞ୍ଚି ଅଭିଯୁକ୍ତ ପିଅନ ମନୋଜ ଖଟୁଆଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର