ପାଣିଗ୍ଲାସରେ ଛେପ ପକାଇ ବିଚାରପତିଙ୍କୁ ପିଇବାକୁ ଦେଉଥିଲେ ଚପରାସୀ, ଭିଡ଼ିଓ ହେଲା ଭାଇରାଲ୍‌

ହମିରପୁର : ବେଳେ ବେଳେ ଏମିତି ଘଟଣା ଘଟେ ଯାହା ହଠାତ ବିଶ୍ୱାସ କରିହୁଏନା। ହିମାଚଳ ପ୍ରଦେଶର ହମିରପୁର କ୍ଷେତ୍ରରେ ଜଣେ ସରକାରି ଚପରାସୀଙ୍କର ଆଶ୍ଚର୍ଯ୍ୟଜନକ କାଯ୍ୟକଳାପ ଏହି ଶ୍ରେଣୀଭୁକ୍ତ। କିଛି ଦିନ ପୂର୍ବେ ଜଣେ ସରକାରୀ ଚପରାସୀ ଜନୈକ ଓକିଲଙ୍କୁ ପରିସ୍ରା ମିଶ୍ରିତ ପାଣି ପିବାକୁ ଦେବା ଘଟଣାର ଚର୍ଚ୍ଚା ଥମି ନଥିବା ବେଳେ ବର୍ତ୍ତମାନ ଆଉ ଜଣେ ଚପରାସୀ ଛେପ ପକାଇ ଜନେକ ବିଚାରପତିଙ୍କୁ ପିଇବା ପାଣି ଦେବା ଘଟଣା ସାମ୍ନାକୁ ଆସିଛି। ବିଚାରପତିଙ୍କୁ ଚପରାସୀର କାର୍ଯ୍ୟକଳାପ ଉପରେ ସନ୍ଦେହ ହେବାରୁ ସେ କୋଠରୀ ଭିତରେ କ୍ୟାମେରା ଲଗାଇଥିଲେ । ଫଳରେ ଘଟଣାଟି ନଜରକୁ ଆସିଥିଲା। ବର୍ତ୍ତମାନ ଚପରାସୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଭିଡ଼ିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି।

Latest laws

ସୂଚନା ଅନୁଯାୟୀ , ହିମାଚଳପ୍ରଦେଶର ଜିଲ୍ଲା ଜଜ ପ୍ରେମ୍‌ କୁମାର ସିଂ ଙ୍କୁ କିଛି ଦିନ ହେବା ନିଜର ଚପରାସୀ ଉପରେ ସନ୍ଦେହ ରହିଥିଲା । ଏଣୁ ସେ ଚପରାସୀର ଚଳପ୍ରଚଳ କରୁଥିବା କୋଠରୀରେ ସିସିଟିଭି କ୍ୟାମେରା ଲଗାଇବାର ନିର୍ଣ୍ଣୟ ନେଇଥିଲେ । କ୍ୟାମେରାରେ ସେ ଦେଖିବାକୁ ପାଇଲେ କି ଚପରାସୀ ଜଣ ତାଙ୍କୁ ପିଇବା ପାଣି ଗ୍ଲାସ୍‌ରେ ଭର୍ତ୍ତି କରିବା ପରେ ସେଥିରେ ଛେପ ପକାଇ ଦେଉଥିଲେ । ଏହାପରେ କ୍ଷୁବ୍ଧ ଜଜ ଚପରାସୀ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ତାହାକୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ତେବେ ଛେପ ପକା ଭିଡିଓଟି ବହୁ ସଂଖ୍ୟାକ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେଉଛି।

ସମ୍ବନ୍ଧିତ ଖବର