ଲୁଟେରାକୁ ଛେଚି ପୁଲିସ୍‌ରେ ଦେଲେ

ଭୁବନେଶ୍ୱର: ଆଚାର୍ଯ୍ୟବିହାର ଛକସ୍ଥିତ ଓକାକ୍‌ କାର୍ଯ୍ୟାଳୟ ନିକଟରେ ଆଜି ଜଣେ ଲୁଟେରାକୁ ସ୍ଥାନୀୟ ଲୋକେ ନିର୍ଧୁମ୍‌ ଛେଚି ସହିଦନଗର ଥାନା ପୁଲିସର ଜିମା ଦେଇଛନ୍ତି। ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ଜିତେନ୍ଦ୍ର ପ୍ରଧାନ (୨୨)। ଘର ବଡ଼ଗଡ଼ ଥାନା ମଇଁଷାଖାଲ ଅଞ୍ଚଳରେ। ପୁଲିସ ସୂଚନା‌ ମୁତାବକ, ସୋମବାର ସଂଧ୍ୟାରେ ଜିତେନ୍ଦ୍ର ଓକାକ୍‌ କ୍ୟାମ୍ପସ ଭିତରକୁ ପଶି ଯାଇଥିଲା। ନିରୋଳା ସୁଯୋଗ ପାଇ ସେଠାରେ ଥିବା ଲୋକଙ୍କ ବାଇକ୍‌ ଡିକି ଭାଙ୍ଗି ‌ଲୁଟ୍‌ ଉଦ୍ୟମ କରିଥିଲା। ସେଠାକାର ଜଣେ ବ୍ୟକ୍ତି ଏହା ଦେଖି ପାଟି କରିବାରୁ ଜିତେନ୍ଦ୍ର ଖସି ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିବା ସହ ନିର୍ଧୁମ୍‌ ଛେଚିଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ତାକୁ ଗିରଫ କରି ଥାନାକୁ ନେଇଥିଲା। ଏନେଇ ଓକାକ୍‌ର ମହାପ୍ରବନ୍ଧକ ଦୁଖୁ କିସ୍କୁ ପରେ ଥାନାରେ ଏତଲା ଦେବାରୁ ପୁଲିସ ଏକ ମାମଲା ରୁଜୁ କରି ଜିତେନ୍ଦ୍ରକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର