ନୂଆଦିଲ୍ଲୀ: ଇଣ୍ଟରନେଟ ଯୁଗରେ ଜୀବନ ଜିଇଁବା ସରଳ ହୋଇଯାଇଛି ବୋଲି କୁହାଯାଉଛି। ଲୋକମାନେ ଘରେ ବସି ତାଙ୍କ ମନ ପସନ୍ଦର ସାମଗ୍ରୀକୁ ହାତପାହାନ୍ତାରେ ପାଇ ପାରୁଛନ୍ତି। ଗୋଟିଏ କ୍ଲିକରେ ଖାଦ୍ୟ ଠାରୁ ଆରମ୍ଭ କରି ପୋଷାକ ସହିତ ଘରର ସାମଗ୍ରୀ ଇତ୍ୟାଦିକୁ ଲୋକେ ଘରେ ବସି କିଣି ପାରୁଛନ୍ତି।

Advertisment

ଏହି ଇଣ୍ଟରନେଟ ଯୁଗରେ  ଲୋକେ ଯେତିକି ଲାଭ‌ ପାଉଛନ୍ତି ‌ସେତିକି କ୍ଷତିରେ ବି ପଡ଼ୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି। ଏହି କ୍ରମରେ ପଶ୍ଚିମବଙ୍ଗରେ ଏକ ଘଟଣା ଘଟିଛି। ପଶ୍ଚିମବଙ୍ଗଳରେ ବସବାସ କରୁଥିବା ଜଣେ ବ୍ୟକ୍ତି ଆମାଜନ କମ୍ପାନିରୁ ଆଇଫୋନ ମଗାଇଥିଲେ। ଏହି ଅର୍ଡର ଘରେ ପହଞ୍ଚିବା ପରେ ସେ ତାକୁ ଖୋଲିଥିଲେ। ଏହି ସମୟରେ ସେ ଏକ ଭିଡିଓ ବି କରିଥିଲେ।  ଏହି ଭିଡିଓକୁ  ଉକ୍ତ ଗ୍ରାହକ ସୋସିଆଲ ମିଡିଆ‌ରେ ସେୟାର କରିଥିଲେ।

ସେୟାର ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି, ଗ୍ରାହକ ନିଜର ଅର୍ଡରକୁ ଘରେ ପାଇବା ପରେ ତାକୁ ଉତ୍ସାହର ସହ ଖୋଲୁଛନ୍ତି। କିନ୍ତୁ ଉକ୍ତ ବକ୍ସ ଭିତରୁ ଆଇଫୋନ ବଦଳରେ ଦୁଇଟି ପଥରଖଣ୍ଡ ବାହାରିଥିଲା। ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଛି।

ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଅତ୍ୟନ୍ତ ବିପଦପୂର୍ଣ୍ଣ ଭିଡିଓ, ବିଚରା ଠକେଇର ଶିକାର ହୋଇଯାଇଛନ୍ତି।’