ପେରୁ: ଦେଶର ବୃହତ୍ତ ଦୁର୍ନୀତି ସହ ଜଡ଼ିତ ପୂର୍ବତନ ରାଷ୍ଟ୍ରପତି ସର୍ବସାଧାରଣରେ ମଦ ପିଇ ହେଲେ ଗିରଫ

ସାନ ଫ୍ରାନ୍ସିସ୍‌କୋ: ପେରୁର ସର୍ବ ବୃହତ୍ତ ଦୁର୍ନୀତି ସହ ଜଡ଼ିତ ପୂର୍ବତନ ରାଷ୍ଟ୍ରପତି ସର୍ବସାଧାରଣରେ ମଦ ପିଇ ଗିରଫ ହୋଇଛନ୍ତି। ପୂର୍ବତନ ରାଷ୍ଟ୍ରପତି ଆଲେଜାନ୍ଦ୍ରୋ ତୋଲେଦୋଙ୍କୁ କାଲିଫର୍ଣ୍ଣିଆରେ ପୁଲିସ ଗିରଫ କରିଛି। ମାତ୍ର ଅଧିକାରୀମାନେ ଆଲେଜୋନ୍ଦ୍ରାଙ୍କୁ ଗୋଟିଏ ରାତି ଜେଲରେ ରଖିବା ପରେ ଛାଡ଼ି ଦେଇଛନ୍ତି। ସେ ଲାଟିନ ଆମେରିକାର ସବୁଠାର ବଡ଼ ଦୁର୍ନୀତି ସହିତ ଜଡ଼ିିିତ ଅଛନ୍ତି। ସାନ ମୋଟିଓ ସେରିଫ କାର୍ଯ୍ୟାଳୟର ମୁଖପାତ୍ର ରୋଜମେରୀ ବ୍ଲେକ୍ସେଓ୍ଵଡ ସୋମବାର କହିଛନ୍ତି, ୭୨ ବର୍ଷିଅ ତୋଲେଦୋଙ୍କୁ ରବିବାର ରାତି ମେନଲୋ ପାର୍କ ସହରର ସାନ ଫ୍ରାନ୍ସସିକୋ ଅଂଚଳରୁ ପୁଲିସ ଗିରଫ କରିଥିଲା।

ସୂଚନାଯୋଗ୍ୟ ତୋଲେଦୋ ୨୦୦୧ ରୁ ୨୦୦୬ ମଧ୍ୟରେ ପେରୁର ରାଷ୍ଟ୍ରପତି ଥିଲେ। ସାନ ଫ୍ରାନ୍ସିସକୋ କ୍ରୋନିକାଲ ରିପୋର୍ଟ ଅନୁସାରେ କାର୍ଯ୍ୟାଳୟ ପୂରା ହେବା ପରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ପାଇଁ ଉତ୍ତର କାଲିଫୋର୍ଣ୍ଣିଆ ଯାଇଥିଲେ। ସେ ଦେଶର ବଡ଼ ଦୁର୍ନୀତି ମାମଲା ସହିତ ଜଡ଼ିତ ଅଛନ୍ତି ବୋଲି କୁହାଯାଇଥାଏ।

ସମ୍ବନ୍ଧିତ ଖବର