ନୂଆଦିଲ୍ଲୀ: ଇଷ୍ଟ ଜିଲ୍ଲା ପୁଲିସ ଏଭଳି ଏକ ପକେଟ୍ମାର ଗ୍ୟାଙ୍ଗକୁ ଧରିଛି , ଯେଉଁଥିରେ ନାବାଳିକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦିଲ୍ଲୀ-ଏନସିଆରରେ ପକେଟ୍ ମାର କରାଯାଉଥିଲା। ପୁଲିସ ଏହି ଗ୍ୟାଙ୍ଗର ଜଣେ ୧୩ ବର୍ଷୀୟ ନାବାଳିକକୁ ପ୍ରଥମେ ଧରିଥିଲା। ତା’ଠାରୁ ତଥ୍ୟ ସଂଗ୍ରହ କରି ପୁଲିସ ତିନି ଜଣ ପକେଟମାରଙ୍କୁ ଗିରଫ କରିଥିଲା।
ଗିରଫ ହୋଇଥିବା ପକେଟମାରଙ୍କ ପାଖରୁ ସାତଟି ଚୋରି ମୋବାଇଲ ଫୋନ୍ ଓ ଗୋଟିଏ ଡାଏରି ଜବତ କରିଛି ପୁଲିସ। ଏହି ଡାଏରିରେ ଚୋରି ପକେଟ୍ମାରର ସଂପୂର୍ଣ୍ଣ ତଥ୍ୟ ଉଲ୍ଲେଖ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭୂପେନ୍ଦ୍ର(୩୨),ସୁନୀଲ ମହତୋ(୩୬) ଓ ବିହାରୀ(୩୫)।ଝାଡଖଣ୍ଡରେ ରହୁଥିବା ସୁନୀଲ ଥିଲା ଏହାର ମାଷ୍ଟର ମାଇଣ୍ଡ। ସେ ବିବାହିତ ,କିନ୍ତୁ ଅଶିକ୍ଷିତ । ସେ ହିଁ ଜନଗହଳି ଅଞ୍ଚଳରେ କିପରି ପକେଟ୍ ମାର କରି ହେବ,ସେ ବିଷୟରେ ଟ୍ରେନିଂ ଦେଉଥିଲା ନାବାଳକମାନଙ୍କୁ। ସେ ନିଜର ସାଥୀ ଭୂପେନ୍ଦ୍ର ଓ ବିହାରୀ ସହିତ ପକେଟ୍ ମାର ଗ୍ୟାଙ୍ଗ୍ ଚଳାଉଥିଲା। ସେମାନଙ୍କ ପାଖରୁ ଜବତ ହୋଇଥିବା ଡାଏରିରେ କେଉଁଠାରୁ କେତେ ଟଙ୍କା ବା କେଉଁ ସାମଗ୍ରୀ ପକେଟ୍ମାର୍ ହୋଇଥିଲା,ସେହି ଚୋରି ସାମଗ୍ରୀକୁ କେତେ ଟଙ୍କାରେ ବିକ୍ରି ହୋଇଥିଲା ଆଦି ଲେଖାଯାଉଥିଲା, ଯାହା ଫଳରେ ଟଙ୍କା ବଣ୍ଟାବଣ୍ଟିକୁ ନେଇ କୌଣସି ସମସ୍ୟା ଯେପରି ସୃଷ୍ଟି ନ ହୁଏ।
ପୁଲିସ ହାତରେ ଧରାପଡିଲା ପକେଟମାର ଗ୍ୟାଙ୍ଗ୍, ଡାଏରିରେ ଲେଖୁଥିିିିଲେ ଟିକି ନିକି ହିସାବ
/sambad/media/post_attachments/wp-content/uploads/2019/01/gang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)