ଇଣ୍ଡିଗୋ ବିମାନରେ ବିମାନ ପରିଚାରିକାଙ୍କୁ ଅସଦାଚରଣ କଲେ ପାଇଲଟ୍‌

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନରେ ଜଣେ ପାଇଲଟ୍‌ ସେହି ବିମାନର ଜଣେ ମହିଳା ବିମାନ ପରିଚାରିକାଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି। ଏହି ଘଟଣା ଗତ ଏପ୍ରିଲ ୧୬ ତାରିଖର। ଯେତେବେଳେ ବିମାନଟି ଉଡିବାକୁ ଆରମ୍ଭ କରୁଥିଲା,ସେତେବେଳେ ବିମାନର ପାଇଲଟ୍‌ ଓ୍ଵାସରୁମ୍‌ରେ ଥିଲେ,ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ ପାଇଲଟ୍‌ ଜଣକ ତାଙ୍କର ଯୌନ ଶୋଷଣ କରିଛନ୍ତି।

ପୀଡ଼ିତା କହିଛନ୍ତି ଯେ ଯେତେବେଳେ ସେ ପାଇଲଟଙ୍କୁ ଗରମ ପାଣି ପିଇବାକୁ ଦେବାକୁ ଯାଇଥିଲେ, ସେତେବେଳେ ପାଇଲଟ୍‌ ଜଣକ ପର୍ଯ୍ୟବେକ୍ଷକଙ୍କ ସିଟ୍‌ରେ ବସିଥିଲେ। ପାଇଲଟ୍‌ ତାଙ୍କ ସହ ସେଲଫି ନେବାକୁ କହିଥିଲେ। ଏହାପରେ ସେ ତାଙ୍କର ଯୌନ ଶୋଷଣ କରିଥିଲେ।

ପୀଡ଼ିତା ମହିଳା କର୍ମଚାରୀ ଜଣକ କହିଛନ୍ତି ଯେତେବେଳେ ସେ ବେଙ୍ଗଲୁରୁ-ଅମୃତସର-ଶ୍ରୀନଗର-ଦିଲ୍ଲୀ ବିମାନ ଭିତରେ ଥିଲେ,ସେତେବେଳେ ଏହି ଘଟଣା ଘଟିଥିଲା। ପୀଡ଼ିତାଙ୍କ ଅଭିଯୋଗକ୍ରମେ,ପୁଲିସ ମାମଲା ରୁଜ୍ଜୁ କରିଛି। ତା’ସହିତ ଏହି ଘଟଣାର ଡିଜିସିଏ ମଧ୍ୟ ତଦନ୍ତ କରୁଛି। ଏ ସଂପର୍କରେ ଅଭିଯୁକ୍ତ ପାଇଲଟ୍‌ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧିତ ଖବର