ନୂଆଦିଲ୍ଲୀ:ଅନେକ ସମୟରେ ଟ୍ରେନ ଓ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ନେଇ ଅଦ୍ଭୁଦ ଭିଡିଓ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ କିଛି ଭିଡିଓ ଅସନ୍ତୋଷ କରୁଥିବା ବେଳେ ଆଉ କିଛି ଭିଡିଓ ଦେଖି ହସ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲା ପରେ ସୋସିଆଲ ମିଡିଆରେ ମିଶାମିଶି ପ୍ରତିକ୍ରିୟା ଆସିଛି।
ଏହି ଭିଡିଓକୁ ନରେନ୍ଦ୍ର ନାମକ ଜଣେ ଟୁଇଟର ବ୍ୟବହାରକାରୀ ଟୁଇଟ କରିଛନ୍ତି।
शराबी व्यक्ति ने नशे में पटरी पर आ रही ट्रेन को रोका, लोको पायलट ने ट्रेन से उतर कर शख्स के कान और गाल कर दिए लाल...#trending#TrendingNewspic.twitter.com/I0nmo5Xtze
— Narendra Singh (@NarendraNeer007) December 29, 2022
ଭିଡିଓରେ ଦେଖିବାକୁ ମିଳୁଛି, ଟ୍ରେନ ଧାରଣାରେ ଅତି ମନ୍ଥର ଗତିରେ ଆସୁଛି। ଏହି ସମୟରେ ଜଣେ ବାଳକ ଟ୍ରେନ ସାମ୍ନାକୁ ଆସି ଫ୍ଲାଇଂ କିସ ଦେଉଛି। ଫ୍ଲାଇଂ କିସ ଦେବା ପରେ ସେ ଟ୍ରେନ ସାମ୍ନାରୁ ଚାଲି ଯାଉଛି।
ବାଳକର ଏଭଳି କାମ ଦେଖି ଲୋକୋପାଇଲଟ ଟ୍ରେନରୁ ଓହ୍ଲାଇ ତାକୁ ଆସି ଶକ୍ତଚାପୁଡ଼ାଟେ ବସାଇଥିଲେ। ତେବେ ମାଡ଼ ଖାଇ ସାରିବା ପରେ ସେ କିଛି ବୁଝି ପାରି ନଥିଲା କି ହଠାତ ଏମିତି ତାକୁ କିଏ ଆସି ମାରିଲା। ଏହି ଘଟଣାର ଭିଡିଓ ଯେମିତି ହିଁ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା ତାହା ଭାଇରାଲ ହୋଇଯାଇଛି।