ଗାଜିଆବାଦ : ଥାନାକୁ ଜଣେ ଅଜଣା ଲୋକ ଆସେ। ଇନ୍ସ୍ପେକ୍ଟର (ଏନଟିଓ)ଙ୍କ କକ୍ଷ ଭିତରେ ପ୍ରବେଶ କରେ ଓ ସେଠାରେ ଥିବା ଏକ ପିସ୍ତଲ୍ ନେଇ ଆରାମରେ ସେଠାରୁ ଚାଲିଯାଏ। ସିସିଟିଭି ଫୁଟେଜରେ ଅଭିଯୁକ୍ତର ଚେହେରା ପରିଷ୍କାର ଭାବେ ଦିଶୁଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁଆରି ୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୨୦ ମିନିଟ୍ ସମୟରେ ସୀମାପୁରୀ ଥାନାରେ ଜଣେ ଅଜ୍ଞାତ ଯୁବକ ଜିନ୍ସ ଓ ଜ୍ୟାକେଟ୍ ପିନ୍ଧି ପ୍ରବେଶ କରେ। ତା’ପରେ ସେ ଇନ୍ସ୍ପେକ୍ଟର ଅରୁଣ ଚୌଧୁରୀଙ୍କ ରୁମ୍ରେ ପଶି ସେଠାରୁ ତାଙ୍କର ସର୍ଭିସ ରିଭଲଭର ନେଇ ଜ୍ୟାକେଟ୍ରେ ରଖି ୫ଟା ୨୮ ମିନିଟ୍ରେ ଚାଲିଯାଏ। କିଛି ସମୟରେ ଇନସ୍ପେକ୍ଟର ନିଜର ରିଭଲଭର୍ ନ ପାଇ ବିଚଳିତ ହୁଅନ୍ତି। ଥାନାରେ ଆଲୋଡନ ସୃଷ୍ଟି ହୁଏ। ବହୁ ଖୋଜାଖୋଜିପରେ ବି ମିଳେ ନାହିଁ। ଜିଲ୍ଲା ପୁଲିସଙ୍କୁ ଏ ସଂପର୍କରେ ସୂଚନା ଦିଆଯାଏ। ଗତ ଫେବୃଆରି ୫ ତାରିଖରେ ମାନସରୋବର ପାର୍କ ଥାନାର ପୁଲିସକୁ ସୂଚନା ମିଳିଥିଲା ଯେ ଜଣେ ଯୁବକ ପାଖରେ ପିସ୍ତଲ ଅଛି,ସେତେବେଳେ ପୁଲିସ ଜାଲ ବିଛାଇ ତାକୁ ଗିରଫ କଲା। ତା’ଠାରୁ ପିସ୍ତଲ ମିଳିଲାସତ, କିନ୍ତୁ ତାହା ଅରୁଣଙ୍କର ନୁହେଁ।
ଥାନା ଭିତରୁ ଇନ୍ସ୍ପେକ୍ଟରଙ୍କ ସର୍ଭିସ୍ ରିଭଲଭର୍ ଚୋରି , ମିଳୁନି ପିସ୍ତଲ୍ କି ଅଭିଯୁକ୍ତ
/sambad/media/post_attachments/wp-content/uploads/2019/02/Colt_Shooting_Master.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)