ଥାନା ଭିତରୁ ଇନ୍‌ସ୍ପେକ୍ଟରଙ୍କ ସର୍ଭିସ୍‌ ରିଭଲଭର୍‌ ଚୋରି , ମିଳୁନି ପିସ୍ତଲ୍‌ କି ଅଭିଯୁକ୍ତ

ଗାଜିଆବାଦ : ଥାନାକୁ ଜଣେ ଅଜଣା ଲୋକ ଆସେ। ଇନ୍‌ସ୍ପେକ୍ଟର (ଏନଟିଓ)ଙ୍କ କକ୍ଷ ଭିତରେ ପ୍ରବେଶ କରେ ଓ ସେଠାରେ ଥିବା ଏକ ପିସ୍ତଲ୍‌ ନେଇ ଆରାମରେ ସେଠାରୁ ଚାଲିଯାଏ। ସିସିଟିଭି ଫୁଟେଜରେ ଅଭିଯୁକ୍ତର ଚେହେରା ପରିଷ୍କାର ଭାବେ ଦିଶୁଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଜାନୁଆରି ୩ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ୨୦ ମିନିଟ୍‌ ସମୟରେ ସୀମାପୁରୀ ଥାନାରେ ଜଣେ ଅଜ୍ଞାତ ଯୁବକ ଜିନ୍‌ସ ଓ ଜ୍ୟାକେଟ୍‌ ପିନ୍ଧି ପ୍ରବେଶ କରେ। ତା’ପରେ ସେ ଇନ୍‌ସ୍ପେକ୍ଟର ଅରୁଣ ଚୌଧୁରୀଙ୍କ ରୁମ୍‌ରେ ପଶି ସେଠାରୁ ତାଙ୍କର ସର୍ଭିସ ରିଭଲଭର ନେଇ ଜ୍ୟାକେଟ୍‌ରେ ରଖି ୫ଟା ୨୮ ମିନିଟ୍‌ରେ ଚାଲିଯାଏ। କିଛି ସମୟରେ ଇନସ୍ପେକ୍ଟର ନିଜର ରିଭଲଭର୍‌ ନ ପାଇ ବିଚଳିତ ହୁଅନ୍ତି। ଥାନାରେ ଆଲୋଡନ ସୃଷ୍ଟି ହୁଏ। ବହୁ ଖୋଜାଖୋଜିପରେ ବି ମିଳେ ନାହିଁ। ଜିଲ୍ଲା ପୁଲିସଙ୍କୁ ଏ ସଂପର୍କରେ ସୂଚନା ଦିଆଯାଏ। ଗତ ଫେବୃଆରି ୫ ତାରିଖରେ ମାନସରୋବର ପାର୍କ ଥାନାର ପୁଲିସକୁ ସୂଚନା ମିଳିଥିଲା ଯେ ଜଣେ ଯୁବକ ପାଖରେ ପିସ୍ତଲ ଅଛି,ସେତେବେଳେ ପୁଲିସ ଜାଲ ବିଛାଇ ତାକୁ ଗିରଫ କଲା। ତା’ଠାରୁ ପିସ୍ତଲ ମିଳିଲାସତ, କିନ୍ତୁ ତାହା ଅରୁଣଙ୍କର ନୁହେଁ।

ସମ୍ବନ୍ଧିତ ଖବର