ସ୍କୁଲ ଯାଉଥିବା ସମୟରେ ପିତାଙ୍କ ବିରୋଧରେ ଏହି ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲା ଝିଅ

ନୂଆଦିଲ୍ଲୀ: ଜଣେ ୧୩ବର୍ଷୀୟ ଶିଶୁ ନିଜର ସ୍କୁଲ ପୋଷାକ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଯେତେବେଳେ ଜିଲ୍ଲାର ଜୀବନତଲା ପୁଲିସ ଷ୍ଟେସନ୍‌ରେ ପହଞ୍ଚିଥିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ। ଶିଶୁଟି ଏଠାକୁ ନିଜ ପିତା ବିରୋଧରେ ଅଭିଯୋଗ କରିବାକୁ ଆସିଥିବା ଜଣାପଡ଼ିଛି।

ଶିଶୁଟି ପୁଲିସ ନିକଟରେ ଅଭିଯୋଗ କରି କହିଥିଲା କି, ପିତା ଜୋରଜବରଦସ୍ତ ତାର ବିବାହ କରାଇ ଦେବା ପାଇଁ ଚାହୁଁଛନ୍ତି। ଦୟାକରି ଏହାକୁ ଅଟକାଇ ଦିଅନ୍ତୁ ପୁଲିସ ବାବୁ, କାରଣ ମୁଁ ପାଠ ପଢ଼ିବାକୁ ଚାହୁଁଛି। ମୋର ପିତା ଗତ ଛଅ ମାସ ହେବ ମୋର ବିବାହ ପାଇଁ ପିଲା ଖୋଜିବାରେ ଲାଗିଛନ୍ତି। ଶନିବାର ପିତା ଆମ ପାଖ ଗ୍ରାମର ଜଣେ ପିଲା ସହିତ ମୋର ବିବାହ ସ୍ଥିର କରି ଦେଇଛନ୍ତି। ମୁଁ ଏହି ବିବାହ କରିବି ନାହିଁ ବୋଲି ପିତାଙ୍କୁ ଅନେକ ବୁଝାଇଛି କିନ୍ତୁ ସେ ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲେ। ତେଣୁ ମୁଁ ଆପଣଙ୍କ ସାହାଯ୍ୟ ଲୋଡୁଛି।

ଗତ ଶନିବାର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଶିଶୁ ସ୍କୁଲ ଯିବା ସମୟରେ ନିଜର ଜଣେ ସାଥୀକୁ ଧରି ପୁଲିସ ଷ୍ଟେସନ୍‌ ଯିବା ପାଇଁ କହିଥିଲା କିନ୍ତୁ ତାର ସାଥୀ ଭୟରେ ପୁଲିସ ଷ୍ଟେସନ୍‌ ଯିବାକୁ ରାଜି ହୋଇ ନଥିଲା । ଫଳରେ ସେ ଏକାକି ଯିବା ପାଇଁ ସ୍ଥିର କରିଥିଲା। ପୁଲିସ ଓ ଚାଇଲ୍ଡ େଓ୍ଵଲଫେୟର ଷ୍ଟାଫ୍‌ ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ବିବାହ ନକରାଇବା ପାଇଁ ବୁଝାଇଥିଲେ ଏବଂ ତାଙ୍କଠାରୁ ଏକ ଲିଖିତ ଦସ୍ତାକ୍ଷର ଆଣିଥିଲେ କି ଝିଅର ବିବାହ ବୟସ ନହେଲା ଯାଏଁ କୌଣସି ସ୍ଥାନରେ ତାକୁ ବିବାହ ଦେଇ ପାରିବେ ନାହିଁ। ଯଦି ସେ ଏଥିରୁ ଓହରି ଯାଆନ୍ତି ତେବେ ଦଣ୍ଡ ଭୋଗିବାକୁ ପଡ଼ିବ।

ସମ୍ବନ୍ଧିତ ଖବର