ପ୍ରଧାନମନ୍ତ୍ରୀ ମୋଦୀଙ୍କ ଝିଆରୀ ହାତରୁ ପର୍ସ ଝାମ୍ପି ନେଲା ଲୁଟେରା; ୨ଟି ଫୋନ୍‌ ୫୬ ହଜାର ଟଙ୍କା ସମେତ ଥିଲା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀରେ ଅନେକ୍‌ ଲୁଟ୍‌ ହୋଇଥିବାର ସୂଚନା ରହିଛି। ଏଥର ଲୁଟ୍‌ର ଶିକାର ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଝିଆରୀ ଦମୟନ୍ତୀ ବେନ୍‌ ମୋଦୀ। ନୂଆ ଦିଲ୍ଳୀର ସିଭିଲ୍‌ ଲାଇନ୍ସ ଅଞ୍ଚଳରେ ଥିବା ପୁଲିସ୍‌ ଷ୍ଟେସନ୍‌ରେ ଶନିବାର ଦମୟନ୍ତୀ ତାଙ୍କର ପର୍ସ ଲୁଟ୍‌ ହୋଇଥିବା ଅଭିଯୋଗ ଲେଖାଇଛନ୍ତି। ସିଭିଲ୍‌ ଲାଇନ୍‌ର ଗୁଜୁରାଟୀ ସମାଜ ଭବନ ସାମ୍ନାରେ ଲୁଟେରା ଆସି ତାଙ୍କ ହାତରୁ ପର୍ସ ଝିଙ୍କି ନେଇଥିବା ସେ କହିଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଦମୟନ୍ତୀ ବେନ୍‌ ମୋଦୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାଇଙ୍କ ଝିଅ। ସେ ଶନିବାର ସକାଳେ ଅମ୍ରିତସରରୁ ଦିଲ୍ଲୀ ଫେରିବା ବାଟରେ ତାଙ୍କ ସହ ଏପରି ଅଘଟଣ ଘଟିଛି। ସେ ଗୁଜୁରାଟର ସିଭିଲ୍‌ ଲାଇନ୍‌ର ଗୁଜୁରାଟୀ ସମାଜ ଭବନ ସାମ୍ନାରେ ଏକ ରୁମ୍‌ ବୁକ୍‌ କରିଥିଲେ। ଦମୟନ୍ତୀ ବେନ୍‌ ସେହି ରୁମ୍‌ ଗେଟ୍‌ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ଏକ ଲୁଟେରା ବାଇକ୍‌ରେ ଆସି ତାଙ୍କ ହାତରୁ ପର୍ସ ଝିଙ୍କି ନେଇ ଯାଇଥିଲା।

NewsroomPost

ସେ ତାଙ୍କ ରିପୋର୍ଟରେ ଲେଖାଇଛନ୍ତି ଯେ ତାଙ୍କ ପର୍ସରେ ୫୬ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍‌ ଫୋନ୍‌ ଥିଲା। ଏହାବ୍ୟତୀତ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବି ଥିଲା ସେହି ପର୍ସରେ। ସେ କହିଛନ୍ତି ଯେ ସଂଧ୍ୟାରେ ତାଙ୍କର ବିମାନ ଯାତ୍ରା କରିବାର ଥିଲା। ମାତ୍ର ସମସ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହଜିଯାଇଛି। ଦିଲ୍ଲୀ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ବାସଭବନର ମାତ୍ର କିଛି ବାଟ ଦୂରରେ ଏପରି ଅଭାବନୀୟ ଘଟଣା ଘଟିଛି।

ସମ୍ବନ୍ଧିତ ଖବର