ବାରବାଙ୍କି: ଉତ୍ତରପ୍ରଦେଶର ବାରବାଙ୍କିର ରାମନଗର ଥାନା ଅନ୍ତର୍ଗତ ଅଂଚଳରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଏଥିରେ କିଛି ଲୋକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ସୋମବାର ରାତି ୯ଟାରେ ମୃତ୍ୟୁର ଏହି ତାଣ୍ଡବଲୀଳା ଆରମ୍ଭ ହୋଇଯାଇଥିଲା| ୨୦ରୁ ଉର୍ଧ୍ଵ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା| ତେବେ ୧୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା | ପୁଲିସ୍‌ ଡାକ୍ତରଖାନାରେ ପହଂଚି ତଦନ୍ତ କରୁଛି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାକୁ ନେଇ ଶୋକଵ୍ୟକ୍ତ କରିବା ସହ ଅବକାରୀ ବିଭାଗର ସଚିବଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି |

Advertisment

ମିଳିଥିବା ସୂଚନା ମୁତାବକ ଏକ ଦେଶୀ ମଦ ଦୋକାନରୁ କିଛି ଲୋକ ବିଷାକ୍ତ ମଦ ପିଇଥିଲେ | ଯାହାଫଳରେ ଧୀରେଧୀରେ ଲୋକଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା | ଏହାପରେ ସମସ୍ତଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବକ ଥିବାର ଜଣାପଡିଛି | ଦୁଃଖଦ ଘଟଣା ହେଉଛି ଏହି ମଦ ମାଦକ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ଜୀବନ ନେଇଯାଇଛି | ରାଣୀଗଞ୍ଜର ଜଣଙ୍କର ପରିବାରର ୪ ଜଣ ପୁଅଙ୍କର ମୃତ୍ୟୁ ହୋଇଯାଇଛି |