ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କ ହତ୍ୟା ମାମଲା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଆଉ ଜଣେ ଯୁବତୀଙ୍କ ମୃତଦେହକୁ ଏକ ଢ଼ାବାର ଫ୍ରିଜରୁ ଉଦ୍ଧାର କରିଛନ୍ତି। ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ଘଟଣାଟି ଘଟିଛି ଦିଲ୍ଲୀର ବାବା ହରିଦାସ ନଗର ପୁଲିସ ଷ୍ଟେସନ ଅଞ୍ଚଳରେ। ମୃତକଙ୍କ ନାଁ ନିକ୍କି ଯାଦବ ହୋଇଥିବା ବେଳେ ଅଭିଯୁକ୍ତ ପ୍ରେମିକର ନାଁ ସାହିଲ ଗେହଲଟ ବୋଲି ଚିହ୍ନଟ କରିଛି ପୁଲିସ।
ପୁଲିସକୁ ଏପର୍ଯ୍ୟନ୍ତ ମିଳିିଥିବା ତଥ୍ୟ ମୁତାବକ, ନିକ୍କି, ସାହିଲଙ୍କ ସହ ଲିଭ ଇନରେ ରହୁଥିଲେ। କିନ୍ତୁ ସାହିଲ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ପ୍ରସଙ୍ଗରେ ଅତୀତରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନିକ୍କି ଖୋଲାଖୋଲି ଭାବେ କହିଥିଲେ ଯେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କଲେ, ମୁଁ ତୁମକୁ ଛାଡ଼ିବନି। ଏଭଳି ଧମକ ପାଇବା ପରେ ସାହିଲ, ନିକ୍କିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥାଇପାରେ ବୋଲି ସନ୍ଦେହ କରୁଛି ପୁଲିସ। ବର୍ତ୍ତମାନ ପୁଲିସ ଘଟଣାର ତଦନ୍ତ କରୁଥିବାରୁ ହତ୍ୟା ପଛର ପ୍ରକୃତ ଉଦ୍ଦେଶ୍ୟ ସାମ୍ନାକୁ ଆସିନାହିଁ।
/sambad/media/post_attachments/73727a24e88502fe4633fbd35682ff337738566846c5c525ba7f2ce7b9ee98b6.jpeg)
ଅଭିଯୁକ୍ତ ସାହିଲ ପୁଲିସକୁ କହିଛି ଯେ, ଫେବ୍ରୁଆରି ୧୦ରେ କାର୍ ଭିତରେ ସେ ନିକ୍କିଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ସେ ମୃତଦେହକୁ ନେଇ କିଛି ଘଣ୍ଟା ବୁଲିବା ପରେ ଶେଷରେ ଏକ ଢ଼ାବାର ଫ୍ରିଜରେ ନିକ୍କିଙ୍କୁ ରଖିଦେଇଥିଲେ। ସେଠାରୁ ଆସିବା ପରେ ସେ ଅନ୍ୟ ମହିଳାଙ୍କୁ ବିବାହ କରିଥିଲେ।