ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣିଥରେ ଆତଙ୍କ ସୃଷ୍ଟି କରିଛନ୍ତି କଳା ପଲସର ଲୁଟେରା। ତେବେ ଆଜି ଲକ୍ଷ୍ମୀସାଗର ପୁଲିସ ଦୁଇ ଜଣ ଲୁଟେରାକୁ ଗିରଫ କରି କୋର୍ଟ ଚାଲଣ କରିଛି। ଗତକାଲି ରାତି ପ୍ରାୟ ୧ଟା ବେଳେ ସୁରେଶ ସାହା ନାମକ ଜଣେ ବ୍ୟକ୍ତି ଅଫିସ କାମ ସାରି ନିଜ ଘରକୁ ଫେରୁଥିଲେ। ସେ କଟକ -ପୁରୀ ରୋଡ଼ର ହୋଟେଲ ପେଣ୍ଟାଗନ ସମ୍ମୁଖରେ କୌଣସି ଏକ କାମରେ ଅଟକି ଥିବା ବେଳେ ଦୁଇଜଣ ଯୁବକ ଏକ କଳା ପଲସର୍ (ଓଡି ୦୭ ଜି ୬୯୦୭)ରେ ଆସି ଏକ ମାରଣାସ୍ତ୍ର ଦେଖାଇ ତାଙ୍କୁ ଟଙ୍କା ଓ ମୋବାଇଲ ଫୋନ ମାଗିଥିଲେ। ସୁରେଶ ଏହାକୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏ ନେଇ ସୁରେଶ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଆଜି ପୁଲିସ ଅଶୋକ ନଗର ଅଞ୍ଚଳର ବି. ଗଣେଶ ଓ କଳାରାହାଙ୍ଗ ଅଞ୍ଚଳର ଦେବାଶିଷ ମିଶ୍ରକୁ ଜେରା କଲା ବେଳେ ସେମାନେ ସବୁ ଏହି ଲୁଟ୍ କରିଥିବା ମାନି ଯାଇଥିଲେ। ପୁଲିସ ଆଜି ଦୁଇଜଣକୁ କେର୍ଟ ଚାଲଣ କରିଛି।
କଳା ପଲସର୍ ଆତଙ୍କ ଦୁଇ ଲୁଟେରାଙ୍କୁ ଧରିଲା ପୁଲିସ
/sambad/media/post_attachments/wp-content/uploads/2018/01/arrest2.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)