ଭୁବନେଶ୍ୱର: ଚାକିରି ଦେବା ନାଁରେ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସ୍ରାଇନ୍ ଏଡ୍ଟେକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦେଶକଙ୍କୁ ଗିରଫ କରିଛି। ତାଙ୍କ ନାଁ ସଞ୍ଜୟ କୁମାର ଜେନା(୪୫)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା। ଭୁବନେଶ୍ୱରରେ ସେ ସମ୍ ହସ୍ପିଟାଲ ନିକଟରେ ରହୁଥିଲେ। ସଞ୍ଜୟ ନୂଆପଲ୍ଲୀ ଏନ୍-୬ ଅଞ୍ଚଳରେ ସ୍ରାଇନ୍ ଏଡ୍ଟେକ୍ସ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କନ୍ସଲ୍ଟାନ୍ସି ସଂସ୍ଥା ଆରମ୍ଭ କରିଥିଲେ। ଆବେଦନକାରୀଙ୍କୁ ସରକାରୀ ଓ ଘରୋଇ ସଂସ୍ଥାରେ ବିଭିନ୍ନ ପଦପଦବିରେ ଚାକିରି କରାଇ ଦେବା ପାଇଁ କିଛି ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଚାକିରି ମିଳିବାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ନେଇ ଚାଲିିଥିଲେ। କାହାକୁ କିରାଣି ତ କାହାକୁ ଆକାଉଣ୍ଟାଟ୍ ପୁଣି କାହାକୁ ମ୍ୟାନେଜର୍ ଓ ପିଅନ ଚାକିରି କରାଇ ଦେବାକୁ କହି ଶତାଧିକ ଯୁବକଙ୍କଠାରୁ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ ସଞ୍ଜୟ। ପରେ ଜାଲ ନିଯୁକ୍ତିପତ୍ର ଦେଇ ଆବେଦନକାରୀଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ନିଯୁକ୍ତିପତ୍ର ପାଇବା ପରେ ଆବେଦନକାରୀମାନେ ଉକ୍ତ ସଂସ୍ଥାକୁ ଯାଇ ଅପମାନିତ ହୋଇଥିଲେ। ସେମାନେ କୌଣସି ନିଯୁକ୍ତି ଦେଇନାହାନ୍ତି ବୋଲି ସଂସ୍ଥାଗୁଡ଼ିକ କହିଥିଲେ। ସେହିପରି କେତେକ ନିଯୁକ୍ତିପତ୍ରରେ ଲେଖାଥିବା ସଂସ୍ଥା ବାସ୍ତବରେ ନଥିଲା। ଏଭଳି ଠକାମିର ଶିକାର ହେବାପରେ ଶତାଧିକ ଆବେଦନକାରୀ ଟଙ୍କା ଫେରାଇବା ପାଇଁ କହିଥିଲେ। ମାତ୍ର ଟଙ୍କା ଫେରାଇବା ପାଇଁ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ ସଞ୍ଜୟ। ହେଲେ ଟଙ୍କା ଫେରାଇ ନଥିଲେ। ସଞ୍ଜୟ ଟଙ୍କା ଫେରାଇବା ବଦଳରେ ଧମକ ଦେଇଥିଲେ। ଏନେଇ ସୁବାଶିଷ ତ୍ରିପାଠୀ ନାମକ ଜଣେ ଆବେଦନକାରୀ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ସୁବାଶିଷଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷରେ ଆଜି ପୁଲିସ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
ସଂସ୍ଥାର ନିର୍ଦେଶକଙ୍କୁ ବାନ୍ଧିଲା ପୁଲିସ
ଚାକିରି ଦେବା ନାଁରେ ୨୦ ଲକ୍ଷ ଟଙ୍କା ଠକେଇ
/sambad/media/post_attachments/wp-content/uploads/2018/03/arrest-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)